ଗଛ ଭାଇକୁ ରାଖୀ ବାନ୍ଧିଲେ ଶିମିଳିପାଳର ବର୍ଷାରାଣୀ ବନପାଳ

ବାରିପଦା: ଶିମିଳିପାଳରେ ନିଆଁ ଲାଗିଥିବାବେଳେ ବର୍ଷା ହୋଇଥିଲା। ଆଉ ଏହି ବର୍ଷାରେ ଆତ୍ମହରା ହୋଇ ନୃତ୍ୟ କରିଥିବା ବନପାଳ ସ୍ନେହଲତା ଧଳ ସେତେବେଳେ ଜାତୀୟ ଅର୍ନ୍ତଜାତୀୟ ସ୍ତରରେ ବେଶ୍‌ ଚର୍ଚ୍ଚାରେ ଥିଲେ। ଆଉ ଆଜି ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ଗଛକୁ ଭାଇ ସମ୍ବୋଧନ କରି ରାଖୀ ବାନ୍ଧିଛନ୍ତି ସେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଗଛ ଆମ ସହିତ ରହୁଛି। ଯେକୌଣସି ବିପଦରେ ମଧ୍ୟ ବୃକ୍ଷ ଦେବତା ମଣିଷ ଜାତିକୁ ସାହାଯ୍ୟ କରିଥାଏ। ତେଣୁ ଯିଏ ସୁରକ୍ଷା ଦିଏ ସେ ହିଁ ଭାଇବୋଲି ମତ ଦେଇଛନ୍ତି ସ୍ନେହଲତା। ଏହାର ମାର୍ମିକ ଭାବନାକୁ ହୃଦୟଙ୍ଗମ କରି ଗଛକୁ ରାଖୀ ବାନ୍ଧିବା ସହିତ ଭକ୍ତିପୂତ ପ୍ରଣାମ କରି ପରମ୍ପରା ମୁତାବକ ପୂଜା କରିଛନ୍ତି ସ୍ନେହଲତା। ବର୍ଷାରାଣୀ ଭାବେ ଖ୍ୟାତ ସ୍ନେହଲତାଙ୍କ ଏପରି ଭାବନା ବେଶ୍‌ ପ୍ରଶଂସା ସାଉଁଟିଛି।

The post ଗଛ ଭାଇକୁ ରାଖୀ ବାନ୍ଧିଲେ ଶିମିଳିପାଳର ବର୍ଷାରାଣୀ ବନପାଳ first appeared on Sambad.

from ଜିଲ୍ଲା | Sambad https://ift.tt/3morbq7

Post a Comment

0 Comments