
କୋରାପୁଟ: ଶୁକ୍ରବାର କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗ୍ରସ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା । ସାଧାରଣ ପ୍ରୋଟକଲ ଦୃଷ୍ଟିରୁ ଉକ୍ତ ଜିଲ୍ଲାର ସାଂସଦଙ୍କୁ ଜଣାଯିବା କଥା ମାତ୍ର ଏପର୍ଯ୍ୟନ୍ତ ମୋ ପାଖରେ କୌଣସି ଖବର ନଥିବା କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା । ଆଜି କୋରାପୁଟର ଏକ ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କେନ୍ଦ୍ର ରେଳମନ୍ତ୍ରୀଙ୍କ ବିଶୋଦାଗାର କରିଛନ୍ତି । ରେଳମନ୍ତ୍ରୀଙ୍କ ଗ୍ରସ୍ତ ମାଟି ପାଇଁ ନୁହେଁ ବରଂ ପାଟି ପାଇଁ ଏବଂ ସେ ନିଜର ଦଳୀୟ କର୍ମକର୍ତାଙ୍କ ସହ ମିଶିବା ପାଇଁ ଆସୁଛନ୍ତି ବୋଲି ସେ କହିଛନ୍ତି । ଏହା ତାଙ୍କର ଦଳୀୟ କାର୍ଯ୍ୟକ୍ରମ ପଛୁଆ ଆଦିବାସୀ ଅଂଚଳର ବିକାଶ ପାଇଁ ତାଙ୍କର କୌଣସି କାର୍ଯ୍ୟକ୍ରମ ନାହିଁ ।
କୋରାପୁଟ ସଂସଦୀୟ କ୍ଷେତ୍ରର ୧୨୦ଟି ପଂଚାୟତରେ ମୋବାଇଲ ଟାଓାର ନଥିବା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାଂସଦ । ବିଏସଏନଏଲ ୩ବର୍ଷ ହେଲା କୌଣସି ଟାଓାର କରି ନାହିଁ । ସେହିପରି ରେଳବାଇ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ରହିଛି । ନବରଂଗପୁର- ଜୟପରୁ ଓ ଜୟପୁର- ମାଲକାନଗିରିର ରେଳପଥ ନିର୍ମାଣ କାର୍ଯ୍ୟ ବର୍ତମାନ ସୁଦ୍ଧା ହୋଇପାରୁନାହିଁ । କୋରାପୁଟ ରେଳବାଇ ପଡିଆ ଦେଇ ପ୍ରସ୍ତାବିତ ବାଇପାସ ହୋଇପାରିବ ନାହିଁ ବୋଲି ସମ୍ମଳନୀରେ ସ୍ପଷ୍ଟ କରିଛନ୍ତି ସାଂସଦ। ତେଣୁ ୩ମାସ ମଧ୍ୟରେ ଜିଲ୍ଲାର ରେଳବାଇ ଓ ଯୋଗାଯୋଗର ସମସ୍ୟା ଗୁଡିକ ସମାଧାନ ନହେଲେ ଆଗାମୀ ଲୋକସଭାର ଶୀତକାଳୀନ ଅଧିବେଶନରେ କଳାପଟି ପିନ୍ଧି ସେ ସଂସଦ ଯିବେ ବୋଲି ରୋକଠୋକ କହିଛନ୍ତି ସାଂସଦ ।
ସାମ୍ବାଦିକ ମାନଙ୍କ ବିବାଦୀୟ କୋଟିଆ ପ୍ରସଙ୍ଗ ପ୍ରଶ୍ନର ଉତରରେ ସେ କହିଛନ୍ତ କୋଟିଆ ହେଉଛି ଓଡିଶାର ଅବିଚ୍ଚେଦ୍ୟ ଅଙ୍ଗ । ଗୋଟେ ଇଚେ ବି ମାଟି କାହାକୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି । ଆନ୍ଧ୍ର କେବଳ ଖଣି ପାଇଁ କୋଟିଆ ନେବାକୁ ଚାହୁଁଛି, କୋଟିଆର ବିକାଶ ଦିଗରେ ତାର କୌଣସି ଯୋଜନା ନାହିଁ ।ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ନିମାଇଁ ସରକାର, ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା, ବରିଷ୍ଠ କଂଗ୍ରେସ ନେତା କୃଷ୍ଣ କୁଳଦୀପ ପ୍ରମୁଖ ଉପସ୍ଥିତ ଥିଲେ ।
The post କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗ୍ରସ୍ତ ନେଇ ଅସନ୍ତୋଷ ପ୍ରକାଶ କଲେ କୋରାପୁଟ ସାଂସଦ first appeared on Sambad.from ଜିଲ୍ଲା | Sambad https://ift.tt/3kc5neO
0 Comments