
ଖୋର୍ଦ୍ଧା: ରାଜ୍ୟର କେଉଁ ଜିଲ୍ଲାରେ କେତେଜଣ କାରୀଗର ଅଛନ୍ତି ସେନେଇ ସର୍ବେକ୍ଷଣ କରି ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ତେବେ ଏହି ସର୍ବେକ୍ଷଣ ଖୋର୍ଦ୍ଧା ଜିଲ୍ଲାରେ ବନ୍ଦ ରହିଛି। ଏହାକୁ ତୁରନ୍ତ ଆରମ୍ଭ କରିବାକୁ ଜିଲ୍ଲାର ବିଭିନ୍ନ କାରୀଗରଙ୍କ ପକ୍ଷରୁ ଦାବି କରାଯାଇଛି। ଜିଲ୍ଲା ବିଶ୍ୱକର୍ମା ମହାସଂଘ ପକ୍ଷରୁ ଗତକାଲି ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏଥିରେ ସଂଘ ପକ୍ଷରୁ ଦର୍ଶାଯାଇଛି ଯେ କରୋନା ଯୋଗୁଁ ରାଜ୍ୟର ଅନ୍ୟ ଜିଲ୍ଲାରେ ବନ୍ଦ ହୋଇଥିବା ସର୍ବେକ୍ଷଣକୁ ପୁଣି ଆରମ୍ଭ କରାଯାଇଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଲକ୍ଡ଼ାଉନ କୋହଳ ହୋଇ ୨ ମାସ ହୋଇ ଯାଇଥିଲେ ମଧ୍ୟ ଏହି ସର୍ବେକ୍ଷଣ ଆରମ୍ଭ ହୋଇ ପାରିନାହିଁ।
ଫଳରେ ଅନେକ କାରୀଗର ସରକାରଙ୍କ ସୁବିଧା, ସୁଯୋଗ ଓ ଆର୍ଥିକ ଅନୁଦାନରୁ ବଂଚିତ ହୋଇଛନ୍ତି। ଏଣୁ ସର୍ବେକ୍ଷଣକୁ ତୁରନ୍ତ ଆରମ୍ଭ କରିବାକୁ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ସଭାପତି ବିରଞ୍ଚୀ ନାରାୟଣ ମହାରଣା, ସମ୍ପାଦକ ହାଡ଼ିବନ୍ଧୁ ମହାରଣା, ଗୌତମ ମହାରଣା, ନାରାୟଣ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
The post କାରୀଗର ସର୍ବେକ୍ଷଣକୁ ପୁନଃ ଆରମ୍ଭ କରିବାକୁ ଦାବି first appeared on Sambad.from ଜିଲ୍ଲା | Sambad https://ift.tt/3ybZV0d
0 Comments