
ଶେରଗଡ଼/ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକ୍ରେ ରୂପାନ୍ତରୀକରଣ ହୋଇଥିବା ଆଉ ୧୦ଟି ସ୍ମାର୍ଟସ୍କୁଲ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ପର୍ଯ୍ୟାୟରେ ଭିଡିଓ କନଫରେନ୍ସିଂ ଯୋଗେ ଉଦ୍ଘାଟନ କରିଛନ୍ତି। ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହାକୁ ସଂଯୋଜନା କରିଥିଲେ। ଏହି ଅବସରରେ ଶେରଗଡ଼ ବ୍ଲକ୍ରେ ୭ଟି ସ୍ମାର୍ଟ ସ୍କୁଲ୍ ଉଦ୍ଘାଟିତ ହୋଇଥିଲା।
ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସଂଯୋଜନାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ତ୍ତ, ଖଣି ଓ଼ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସାଂସଦ ସସ୍ମିତ ପାତ୍ର, ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା, ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ଅମର ପଟ୍ଟନାୟକ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ହିନ୍ଦୋଳ ବିଧାୟକ ସୁଧୀର କୁମାର ସାମଲ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବାଶିଷ ଆଚାର୍ଯ୍ୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ସାଂସଦ ମମତା ମହାନ୍ତି, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।
ସେହିପରି ହିଞ୍ଜିଳିକାଟୁ ବ୍ଲକ୍ ଖରିଡ଼ା ପଞ୍ଚାୟତର ଖରିଡ଼ା ହାଇସ୍କୁଲରେ ଶ୍ରମ ଓ ଗ୍ରାମ୍ୟ ଉନୟନ ମନ୍ତ୍ରୀ ସୁଶାନ୍ତ ସିଂ, ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂ ଓ କୋରାପୁଟ ବିଧାୟକ ରଘୁରମ ପୋଦାଲ, ମକରଝୋଳ ହାଇସ୍କୁଲରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସତ୍ୟଭାମା ବିଦ୍ୟାପୀଠ ବଡ଼ଖଣ୍ଡିରେ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
The post ଶେଷ ପର୍ଯ୍ୟାୟରେ ୧୦ ସ୍ମାର୍ଟସ୍କୁଲ୍ ଲୋକାର୍ପିତ first appeared on Sambad.from ଜିଲ୍ଲା | Sambad https://ift.tt/38o7SF8
0 Comments