ତୁଷୁରା : ଆବାସ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ କରି ବୁଧବାର ଗୁଡ଼ଭେଲା ବ୍ଲକ୍‌ ଅଫିସ ଆଗରେ ରୁଷୁଡ଼ା ପଞ୍ଚାୟତର କିଛି ଲୋକ ଓ ଭିଲେଜର୍ସ ଇଣ୍ତିଆ ପାର୍ଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶୀଘ୍ର ରୁଷୁଡ଼ା ପଂଚାୟତର ଗରିବ ଲୋକମାନଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଦେବା ପାଇଁ ବିଡ଼ିଓ ବିନୋଦ ନାଏକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଏହି ଦାବିପତ୍ରରେ ଦଶାର୍ଯାଇଛି ଯେ ୨୦୧୭ ମସିହାଠାରୁ ରୁଷୁଡ଼ା ପଂଚାୟତ କନ୍ଧେନବାହାଲି ଗାଁର କିଛି ଲୋକ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। ଏ ନେଇ ପଂଚାୟତ ଅଫିସକୁ ଯାଇ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି। ଏ ନେଇ ବିଡିଓ ଶ୍ରୀ ନାଏକ କହିଥିଲେ, ଏହାର ତଦନ୍ତ କରାଯାଇ ପଦକ୍ଷେପ ନେବେ ବୋଲି ସେ କହିଥିଲେ। ଦାବିପତ୍ର ଦେବା ସମୟରେ ଭିଲେଜର୍ସ ଇଣ୍ତିଆ ପାର୍ଟିର ବିପିନ କୁଶଲିଆ, ନକୁଳ ତ୍ରିପାଠୀ, ସୁବଳ ସାହୁ, ରାଜାର ନନ୍ଦ, କୁବେର ସାହୁ, ଉମାକାନ୍ତ ନନ୍ଦ, ଟେଂଗୁନୁ ହରପାଲ, ରାମପ୍ରସାଦ ହରପାଲ ପ୍ରମୁଖ ଉପସ୍ଥିତ ଥିଲେ।

The post ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, ବ୍ଲକ୍‌ ଅଫିସ ଆଗରେ ବିକ୍ଷୋଭ first appeared on Sambad.

from ଜିଲ୍ଲା | Sambad https://ift.tt/3gbsvsE