ବାଲିଚନ୍ଦ୍ରପୁର ବଜାରରେ ଦୁଇ ଦିନରେ ଦୁଇ ବାଇକ୍‌ ଚୋରି

ଚଣ୍ଡିଖୋଲ : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିଚନ୍ଦ୍ରପୁର ବଜାରରେ ଗତ କିଛିଦିନ ହେଲା ବାଇକ୍‌ ଲୁଟେରା ସକ୍ରିୟ ହୋଇପଡ଼ିଛନ୍ତି। ଦୁଇଦିନ ମଧ୍ୟରେ ଏଠାରୁ ଦୁଇଟି ବାଇକ୍‌ ଚୋରି ହୋଇଯାଇଛି। ବଜାରର ଲକ୍ଷ୍ମୀ ମଣ୍ଡପ ସମ୍ମୁଖରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବସାୟ କରୁଥିବା ଛତିଆ ଅଞ୍ଚଳର ହିମାଂଶୁ ଶେଖର ସାହୁଙ୍କ ଓଆର-୦୫ଏକିୟୁ-୭୫୦୯ ବାଇକ୍‌ଟି ଗତ ୨୯ ତାରିଖରେ ଲକ୍ଷ୍ମୀ ଘର ନିକଟରୁ ଚୋରି ହୋଇଯାଇଛି। ଆଜି ମଧ୍ୟ କଲେଜ ରୋଡ ଅଞ୍ଚଳରୁ ଏକ ବାଇକ୍‌ ଚୋରି ହୋଇଯାଇଛି। ବାଲିଚନ୍ଦ୍ରପୁର ପୋଷ୍ଟ ଅଫିସର କର୍ମଚାରୀ ସେକ୍‌ ମନୁୱରଙ୍କ ବାଇକ୍‌ ନମ୍ବର ଓଆର-o୫ଏଏଫ-୩୨୦୮ କୁ କେହି ଦୁର୍ବୃତ୍ତ ନେଇଯାଇଛି। ଏନେଇ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ହେଲେ ବାଇକ୍‌ ଲୁଟ୍‌ ସମ୍ପର୍କରେ ପୁଲିସ କୌଣସି ସୁରାକ୍‌ ପାଇନାହିଁ।

ପ୍ରକାଶ ଯୋଗ୍ୟ ଯେ, ଗତ ଜୁଲାଇ ମାସ ୧୩ ତାରିଖ ସନ୍ଧ୍ୟାରେ ବଜାରର ଶ୍ୟାମସୁନ୍ଦର ମାର୍କେଟରେ ଗବେଷକ ଅନନ୍ତ ଦେବଦର୍ଶୀଙ୍କର ଏକ ବାଇକ୍‌କୁ ତାଙ୍କ ଭିଟୋନା ରିସର୍ଚ୍ଚ ସେଣ୍ଟର ସମ୍ମୁଖରୁ କେହି ଦୁର୍ବୃତ୍ତ ଲୁଟି ନେଇଥିଲା। ଏନେଇ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ବାଇକ୍‌ଟିକୁ ଉଦ୍ଧାର କରିପାରିନାହିଁ।

The post ବାଲିଚନ୍ଦ୍ରପୁର ବଜାରରେ ଦୁଇ ଦିନରେ ଦୁଇ ବାଇକ୍‌ ଚୋରି first appeared on Sambad.

from ଜିଲ୍ଲା | Sambad https://ift.tt/3Brzdms

Post a Comment

0 Comments