
ରାଉରକେଲା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଗତକାଲି ରାତିରେ ପ୍ରକାଶ ପାଇଥିଲା। ବିନା ପରୀକ୍ଷାରେ ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟରେ ୯୪.୯୬% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ ପାଇଥିଲା। ସୁନ୍ଦରଗଡ ଜିଲ୍ଲାରେ ପାନପୋଷ ସରକାରୀ ଜୁନିୟର କଲେଜ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି। କଲେଜର ବିଜ୍ଞାନରେ ସାଗରିକା ନନ୍ଦ ୫୮୨, ବାଣିଜ୍ୟରେ ଅତିକା ନାଜ୍ନିନ୍ ୫୭୬ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି। ବାଣିଜ୍ୟରେ ୫୭୧ ନମ୍ବର ରଖି ଜିଲ୍ଲାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଉଦିତନଗର ମ୍ୟୁନିସିପାଲ କଲେଜର ଅଭିଷେକ ଚୌଧୁରୀ। ରାଉରକେଲା ସରକାରୀ ଜୁନିୟର କଲେଜର ପିଙ୍କି କୁମାରୀ ପ୍ରସାଦ ୫୬୯ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ପାନପୋଷ ଜୁନିୟର କଲେଜରେ ବିଜ୍ଞାନରେ ୩୦୨, ବାଣିଜ୍ୟରେ ୧୧୨ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଦିତନଗର ମ୍ୟୁନିସିପାଲ କଲେଜ, ସେକ୍ଟର-୪ ରାଉରକେଲା କଲେଜ, ସେକ୍ଟର-୨ ସୁଶୀଳାବତୀ ମହିଳା କଲେଜ, ସେକ୍ଟର-୧୬ ଇସ୍ପାତ କଲେଜରେ ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି ପାସ୍ କରିଛନ୍ତି।

ସରକାରୀ ଜୁନିୟର କଲେଜ : ପାନପୋଷ ସ୍ଥିତ ସରକାରୀ ଜୁନିୟର କଲେଜରେ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରଛାତ୍ରୀମାନେ ହ୍ୟାଟ୍ରିକ୍ ମାରିଛନ୍ତି। ବିଜ୍ଞାନରେ ୩୦୨ ପ୍ରଥମ, ୨୦ ଦ୍ବିତୀୟ, ୨୨ ତୃତୀୟ ସ୍ଥାନରେ ପାସ୍ କରିଛନ୍ତି। ୭ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ସାଗରିକା ନନ୍ଦ ଜିଲ୍ଲା ତଥା କଲେଜରେ ଟପ୍ପର ହୋଇଛନ୍ତି। ୫୭୮ ନମ୍ବର ରଖି ସୁବ୍ରତ ସାମଲ ଦ୍ବିତୀୟ,୫୭୪ ନମ୍ବର ରଖି ସ୍ବାତୀ ସୁଦେଷ୍ଣା ପରିଡା ତୃତୀୟ ସ୍ଥାନରେ ରହିଛନ୍ତି। ରାହୁଲ କୁମାର୫୬୭, ଜ୍ୟୋତି ରଞ୍ଜନ ରାଉତ ୫୫୮, ବର୍ଷାରାଣୀ ପଣ୍ଡା୫୫୬, ସ୍ବଶ୍ରିତା ଦାସ ଓ ଲକ୍ଷ୍ମୀ୍ପ୍ରିୟା ସାହୁ ୫୫୧, ରୋହନ କୁମାର ସ୍ବାଇଁ ୫୫୦, ଜ୍ୟୋତିପ୍ରଭା ଘଡାଇ ୫୪୬, ରିୟା ସିଂହ ୫୪୨ ନମ୍ବର ରଖିଛନ୍ତି। ମୋଟ ୧୪୨ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ନମ୍ବର ରଖିଛନ୍ତି। ବାଣିଜ୍ୟରେ ମୋଟ ୧୨୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୨ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୦ ଛାତ୍ରଛାତ୍ରୀ ଦ୍ବିତୀୟ , ୩ ଛାତ୍ରଛାତ୍ରୀ ତୃତୀୟ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଜଣେ ଫେଲ୍ ହୋଇଛନ୍ତି। ୫୭୬ ନମ୍ବର ରଖି ଅତିକା ନାଜ୍ନିନ୍ ଜିଲ୍ଲା ତଥା ରାଉରକେଲାରେ ଟପ୍ପର ହୋଇଛନ୍ତି। ୫୬୯ ନମ୍ବର ପିଙ୍କି କୁମାରୀ ପ୍ରସାଦ କଲେଜର ଦ୍ବିତୀୟ, ୫୬୪ ନମ୍ବର ରଖି ଗୌରଭ ତିୱାରୀ ତୃତୀୟ ସ୍ଥାନରେ ରହିଛନ୍ତି। ଦେବାଶିଶ ରାଉତ ୫୪୫ ନମ୍ବର ରଖି ଚତୁର୍ଥ, ଗାୟତ୍ରୀ ପଣ୍ଡା ୫୪୧ ନମ୍ବର ରଖି ପଞ୍ଚମ,୫୩୬ ନମ୍ବର ରଖି ପୁରନଜୟ ସ୍ବାଇଁ ଷଷ୍ଠ ଓ ୫୩୫ ନମ୍ବର ରଖି ବିବକେ କୁମାର ରାୟ ସପ୍ତମ ସ୍ଥାନରେ ରହିଛନ୍ତି। ୧୧ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ନମ୍ବର ରଖିଛନ୍ତି।
ମ୍ୟୁନିସିପାଲ କଲେଜ : ଉଦିତନଗରସ୍ଥିତ ମ୍ୟୁନିସିପାଲ କଲେଜରେ ବିଜ୍ଞାନରେ ମୋଟ ୨୨୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୮ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୫୭ ଜଣ ଦ୍ବିତୀୟ, ୪୬ ଜଣ ତୃତୀୟ ସ୍ଥାନରେ ରହିଛନ୍ତି। ମୋଟ ପାସ୍ ହାର ରହିଛି ୯୯.୦୨%। ଅଞ୍ଜନା ବୁର୍ ୫୦୪ ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି। ସେମିତି ବାଣିଜ୍ୟରେ ମୋଟ ୨୫୧ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ୧୭୨ ଛାତ୍ରଛାତ୍ରୀ ପ୍ରଥମ, ୫୪ ଦ୍ବିତୀୟ, ୨୫ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ୍ କରିଚନ୍ତି। ମୋଟ୍ ପାସ୍ ହାର ରହିଛି ୯୭.୨୧%। ଅଭିଶେକ ଚୌଧୁରୀ ୬୭୧ ନମ୍ବର ରଖି କଲେଜର ବାଣିଜ୍ୟରେ ଟପ୍ପର ହୋଇଛନ୍ତି। ଏକ୍ସରେଗୁରାଲ୍ରେ ବିଜ୍ଞାନରେ ୯୦.୯୦% ଓ ବାଣିଜ୍ୟରେ ୮୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ରାଉରକେଲା ସରକାରୀ କଲେଜ: ସେକ୍ଟର-୪ ରାଉରକେଲା ସରକାରୀ କଲେଜରେ ବାଣିଜ୍ୟରେ ମୋଟ ୧୧୫ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ୪୫ ଛାତ୍ରଛାତ୍ରୀ ପ୍ରଥମ, ୪୫ ଛାତ୍ରଛାତ୍ରୀ ଦ୍ବିତୀୟ ଓ ୨୨ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଦୁଇଜଣ ଫେଲ୍ ଓ ଜଣଙ୍କର ୱିଥ୍ହେଲ୍ଡ ରହିଛି। ମୋଟ ପାସ୍ ହାର୍ ୯୮.୨୬% ରହିଛି। କାର୍ତ୍ତିକ ଦାସ ୭୬.୫% (୪୫୯) ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି। ବିଜ୍ଞାନରେ ମୋଟ ୭୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୭ ଛାତ୍ରଛାତ୍ରୀ ଦ୍ବିତୀୟ , ୩୪ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ପାସ୍ କରିଥିବାବେଳେ ୮ ଜଣ ଫେଲ୍ ହୋଇଛନ୍ତି। ମୋଟ୍ ପାସ୍ ହାର ରହିଛି ୮୭.୩୨%। ବାଦଲ ଶର୍ମା ୪୧୬ (୬୯.୩୩%) ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି।
ସୁଶୀଳାବତୀ ସରକାରୀ କଲେଜ : ସେକ୍ଟର-୨ ସୁଶୀଳାବତୀ ସରକାରୀ ଜୁନିୟର କଲେଜରେ ମୋଟ ୩୦୩ ଛାତ୍ରୀ ଫର୍ମ ପୂରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୮୩ ଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ୮୯ ଛାତ୍ରୀ ଦ୍ବିତୀୟ, ୧୦୨ ଛାତ୍ରୀ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୧୫ ଛାତ୍ରୀ ଫେଲ୍ ହୋଇଥିବାବେଳେ ୨ ଜଣଙ୍କ ୱିଥ୍ହେଲ୍ଡ ରହିଛି। ୫୧୯ ନମ୍ବର ରଖି ଅଙ୍କିତା ପାଣିଗ୍ରାହୀ କଲେଜରେ ଟପ୍ପର ହୋଇଛନ୍ତି।
ଚିନ୍ମୟ ଜୁନିୟର କଲେଜ : ସେକ୍ଟର-୭ସ୍ଥିତ ଚିନ୍ମୟ ଜୁନିୟର ବିଜ୍ଞାନ କଲେଜରେ ମୋଟ ୩୦ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ। ୧୬ ଜଣ ପ୍ରଥମ, ୨୨ ଦ୍ବିତୀୟ , ୩ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ପ୍ରୀତିମୟୀ ପାଢ଼ୀ ୪୮୯ (୮୧.୫%) ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି। ସୌଭାଗ୍ୟ ରଞ୍ଜନ ଦାଶ ୪୭୯ (୭୯.୮%) ନମ୍ବର ରଖି ଦ୍ବିତୀୟ, କୁମାରୀ କିରଣ ମିଶ୍ର ୪୪୯ (୭୪.୮%) ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି।
The post ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ : ବିଜ୍ଞାନରେ ସାଗରିକା, ବାଣିଜ୍ୟରେ ଅତିକା ଜିଲ୍ଲା ଟପ୍ପର first appeared on Sambad.from ଜିଲ୍ଲା | Sambad https://ift.tt/3jbgWSN
0 Comments