ନବରଙ୍ଗପୁର: ରାଇଘର ବନାଞ୍ଚଳ ଅଧିନରେ ଥିବା ବିରପୁର ଗ୍ରାମ୍ୟ ଜଙ୍ଗଲରେ ବାଘ ଛାଲ କିଣା ବିକା ଚାଲିଥିବା ବେଳେ ବନ ବିଭାଗ ଚଢ଼ାଉ କରି ବାଘ ଚମଡା ଥିବା ମୁଣିକୁ ଧରିବାରେ ସଫଳ ହୋଇଛନ୍ତି। ତେବେ ବେପାରୀ ମାନେ ଫେରାର ହେବା ରେ ସକ୍ଷମ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ବାଘ ଛାଲ କିଣା ବିକା ହେଉଥିବା ନେଇ ବନ ବିଭାଗ ସୂଚନା ପାଇଥିଲା। ନବରଙ୍ଗପୁର ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓସଙ୍କ ନିର୍ଦ୍ଧେଶ କ୍ରମେ ରାଇଘର ବନାଞ୍ଚାଳ ଅଧିକାରୀ ସୁକୁମାର ଦୁଃଖଙ୍କ ନେତୃତ୍ବରେ ରାଇଘର ବନାଞ୍ଚଳ ଷ୍ଟାଫ ଓ ଉମରକୋଟ ବନବିଭାଗର ଷ୍ଟାଫକୁ ନେଇ ସ୍କ୍ବାଡ୍ ଗଠନ ହୋଇଥିଲା।

ଗତ ୧୫ ତାରିଖ ରାତିରେ ପୂର୍ବ ରୁ ମିଳିଥିବା ସୂଚନା ଅନୁଯାୟୀ ବାଘ ଚମଡା ବେପାରରେ ସମ୍ପୃକ୍ତ ଥିବା ବେପାରୀ ମାନଙ୍କ ଗତିବିଧି ଉପରେ ଲକ୍ଷ କରାଯାଇଥିଲା। ଗତ ୧୫ ତାରିଖ ରାତି ପ୍ରାୟ ୧୨ଟା ବେଳେ ବେପାରୀ ମାନେ ଆସି ପହଞ୍ଚି କିଣାବିକା ପାଇଁ ଉଦ୍ୟମ କରିବା ବେଳେ ବନ ବିଭାଗ ପକ୍ଷରୁ ଆତର୍କିତ ଭାବେ ଚଢ଼ାଉ କରାଯାଇଥିଲା। ତେବେ ସେହି ସମୟରେ ପ୍ରବଳ ବର୍ଷା ଯୋଗୁଁ ବେପାରୀ ମାନେ ଘଟଣା ସ୍ଥଳରେ ବାଘ ଚମଡା ବ୍ୟାଗଟିକୁ ଛାଡି ଘଟଣା ସ୍ଥଳରୁ ଖସିପଳାଇବା ପାଇଁ ସଫଳ ହୋଇଥିଲେ। ଏହି ବେପାରରେ ଛତିଶଗଡର ପ୍ରାୟ ୮ ଜଣ ସାମିଲ ହୋଇଥିବା ର ସୂଚନା ମିଳିଛି । ବର୍ଷା ଓ ଅନ୍ଧାର ଯୋଗୁଁ ବେପାରୀ ମାନେ ଖସିପଳାଇବାରେ ସକ୍ଷମ ହୋଇପାରିଥିଲେ । ରାଇଘର ବନବିଭାଗ ପକ୍ଷରୁ କେସ ନଂ ୨୧/୨୧ ରେ ମାମଲା ରୁଜୁ କରାଯାଇ ବାଘ ଚମଡାରେ ସମ୍ପୃକ୍ତି ବ୍ୟକ୍ତି ମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଥିବାର ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଚଢ଼ାଉ ରେ ବନପାଳ ବିପିନ ହରୀଜନ, ବନରକ୍ଷୀ ଭୂବନେଶ୍ବର ପୂଜାରୀ, ଏ.ମନୋଜ ଓ ପାରା ଫରେଷ୍ଟର ମାନେ ଉପସ୍ଥିତ ରହିଥିଲେ।

The post ରାଇଘର ଜଙ୍ଗଲରେ ବାଘଛାଲ ଜବତ, ବେପାରୀ ଫେରାର first appeared on Sambad.

from ଜିଲ୍ଲା | Sambad https://ift.tt/3za4TMx