
ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୯୩ଲିଟର ଦେଶୀ ମଦ ଜବତ କରାଯିବାସହ ୨ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଇନସ୍ପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ସେ ନିଜେ ଓ ଭ୍ରାମ୍ୟମାଣ ଅବକାରୀ ଇନସ୍ପେକ୍ଟର ସସ୍ମିତା ହୋତା ଏବଂ ଅନ୍ୟ ଅବକାରୀ ବିଭାଗ କର୍ମଚାରୀ ଆଜି ସକାଳେ ଡିହିପୁରରେ ଚଢ଼ାଉ କରିଥିଲେ। ସେଠାରୁ ଦୁଇଟି ଭିନ୍ନ ଘଟଣାରେ ୨ଜଣଙ୍କ ଠାରୁ ୯୩ ଲିଟର ଦେଶୀମଦ ଜବତ କରାଯାଇଛି। ଏହାସହ ଏକ ପାଉଚ୍ ସିଲ କରିବା ମେସିନ୍ ମଧ୍ୟ ଜବତ କରାଯାଇଛି।
ସେମାନେ ଦେଶୀମଦକୁ ପାଉଚ୍ରେ ଭର୍ତ୍ତି କରି ବେଆଇନ ଭାବେ ବିକ୍ରି କରୁଥିଲେ। ଜବତ ମଦର ଆନୁମାନିକ ବଜାର ମୂଲ୍ୟ ୧୫ହଜାର ଟଙ୍କା ହେବ। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଖୋର୍ଦ୍ଧା ସଦର ଥାନା ଅଧୀନ ଡିହିପୁରର ସାଗର ମହାରଥୀ (୩୦), କହ୍ନେଇ ପ୍ରଧାନ (୨୪)। ଉଭୟଙ୍କ ବିରୋଧରେ ୨୪/୨୦୨୧ ଓ ୩୩/୨୦୨୧ରେ ଦୁଇଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।
The post ୨ଟି ଭିନ୍ନ ଅବକାରୀ ମାମଲା: ୨ ଗିରଫ, ୯୩ ଲିଟର ମଦ ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3yZHTjc
0 Comments