ଯାଜପୁର : ଯାଜପୁର ଜିଲ୍ଲା ଏବେ ଲଘୁଖଣିଜ ସମ୍ପଦ ଚୋରା କାରବାରର ରାଜଧାନୀ ପାଲିଟିଛି। ଏହି କାରବାରରେ ପୁଲିସ, ଖଣି ଓ ପରିବେଶ ବିଭାଗର ସମ୍ପୃକ୍ତି ନେଇ ଅଙ୍ଗୁଳି ଉଠୁଥିବା ବେଳେ ତହସିଲଗୁଡ଼ିକ କାର୍ପଟଦାର ସାଜିଥିବା ନେଇ ସଙ୍ଗିନ ଅଭିଯୋଗ ହେଉଛି। ଯାହାକୁ ନେଇ ଏକାଧିକ ମାମଲା ଲୋକାୟୁକ୍ତ, ଉଚ୍ଚନ୍ୟାୟାଳୟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଏବଂ ଭିଜିଲାନ୍ସରେ ରୁଜୁ ହୋଇଛି। ଚୋରା କାରବାର ଯୋଗୁ ସରକାର ଶହ ଶହ କୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ ଜିଲ୍ଲାର ୧୦ଟି ତହସିଲ ମଧ୍ୟରୁ ୫ଟି ତହସିଲରେ ତହସିଲଦାର ପଦବି ଖାଲିପଡ଼ିଛି।

ତହସିଲଦାର ପଦବି ଖାଲି ପଡ଼ିବା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଧର୍ମଶାଳା, ରସୁଲପୁର, ବ୍ୟାସନଗର, ସୁକିନ୍ଦା ଓ ବିଂଝାରପୁରରେ ତହସିଲଦାର ପଦବି ଏବେ ଖାଲି । ରାଜ୍ୟରେ ସର୍ବାଧିକ ରାଜସ୍ବ ଦେଉଥିବା ଧର୍ମଶାଳା ତହସିଲର ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ମାତ୍ର କେତୋଟି ମାସରେ ବଦଳି କରିଦିଆଗଲା। ସେହିପରି ବିଂଝାରପୁରର ମହିଳା ତହସିଲଦାରଙ୍କର କାର୍ଯ୍ୟକଳାପ ରାଜନେତାଙ୍କୁ ସୁହାଇଲା ନାହିଁ ବୋଲି ତାଙ୍କୁ ମଧ୍ୟ ବଦଳି କରାଗଲା। ଋତୁ ପରିବର୍ତ୍ତନ ଭଳି ବ୍ୟାସନଗର ତହସିଲଦାର ବଦଳୁଛନ୍ତି। ଯାଜପୁର ଜିଲ୍ଲାରେ ଲଘୁ ଖଣିଜ କାରବାର ଏକ ପ୍ରକାର ମାଫିଆ ଓ ବେଆଇନ ଲିଜଧାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି।

The post ଯାଜପୁର ଜିଲ୍ଲାରେ ୫ ତହସିଲଦାର ପଦ ଖାଲି, ମାଫିଆଙ୍କ ନିୟନ୍ତ୍ରଣରେ କଳାପଥର ଖାଦାନ first appeared on Sambad.

from ଜିଲ୍ଲା | Sambad https://ift.tt/3mkt3QR