ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ବିଭିନ୍ନ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ ଗତ ୧ ବର୍ଷ ଧରି ଏନ୍‌ଆଣ୍ଡ୍‌କେ କମ୍ପାନି ଅଧୀନରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ପାଇଁ ଆସିଥିବା ଇନ୍‌ସେନ୍‌ଟିଭ୍ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ନେଇ କର୍ମଚାରୀମାନେ ଭବାନୀପାଟଣା ସଦର ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଭବାନୀପାଟଣା ସଦର ବ୍ଲକ୍‌ ମୁସିଗୁଡ଼ା ଆଦର୍ଶ ବିଦ୍ୟାଳୟ କୋଭିଡ୍‌ କେୟାର ସେଣ୍ଟର, ଧର୍ମଗଡ଼ ବ୍ଲକ୍‌ ପର୍ଲା ସମେତ ବିଭିନ୍ନ କୋଭିଡ୍‌ କେୟାର ସେଣ୍ଟରରେ ଏଲଆଣ୍ଡ୍‌କେ କମ୍ପାନି ପକ୍ଷରୁ ବର୍ଷେ ହେବ କୋଭିଡ୍‌ ଡ୍ୟୁଟି ନିମନ୍ତେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ହୋଇଥିଲେ। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟରେ ଇନ୍‌ସେନ୍‌ଟିଭ୍ ଜମା ହୋଇଥିଲା। ଉକ୍ତ କମ୍ପାନି ବର୍ତ୍ତମାନ କର୍ମଚାରୀଙ୍କ ୪ ଲକ୍ଷ ୧୦ ହଜାର ଟଙ୍କା ଇନ୍‌ସେନ୍‌ଟିଭ୍ ଏପର୍ଯ୍ୟନ୍ତ ପ୍ରଦାନ କରିନାହିଁ। ସମ୍ପୃକ୍ତ କମ୍ପାନିକୁ ସେମାନେ ବାରମ୍ବାର ଅନୁରୋଧ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ସୋମବାର ଅସନ୍ତୁଷ୍ଟ କର୍ମଚାରୀମାନେ ବାଧ୍ୟ ହୋଇ ସଦର ଥାନାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ‌ପୁଲିସ ପଦକ୍ଷେପ ନେବାକୁ ଦୃଢ଼ ଦାବି ହୋଇଛି।

The post କୋଭିଡ୍‌ ଡ୍ୟୁଟି ଇନ୍‌ସେନ୍‌ଟିଭ୍‌ ଟଙ୍କା ହଡ଼ପ ନେଇ ଏତଲା first appeared on Sambad.

from ଜିଲ୍ଲା | Sambad https://ift.tt/3A4IYGk