
ଜୟପୁର/କୋରାପୁଟ : ଓଡ଼ିଶା ସାମ୍ବାଦିକ ସଂଘର କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋରାପୁଟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର କୋରାପୁଟ ଜିଲ୍ଲା ଶାଖା ଉପସଭାପତି ହରିଶ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ଏଥିରେ ରାଜ୍ୟ ଉପସଭାପତି ତଥା ଜିଲ୍ଲା ସଭାପତି କେ. ଶ୍ରୀନିବାସ ରାଓ, ଜିଲ୍ଲା ସମ୍ପାଦକ ରବି ଶଙ୍କର ମହାପାତ୍ର, ଜିଲ୍ଲା ଉପସଭାପତି ଜୟସିଂ ପଡାସେଠୀ, କୋଷାଧ୍ୟକ୍ଷ କେ. ସାକିଲ ଦୋରା, କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ଲେଙ୍କା, ରାଜେନ୍ଦ୍ର ଧଳ, ସୁଶାନ୍ତ ବାଙ୍କ, ରୂପ ଖରା ପ୍ରମୁଖ ଉପସ୍ଥିତ ରହି ନିର୍ଭୀକ ଭାବେ ସତ୍ୟ ଏବଂ ପ୍ରମାଣ ଥିବା ଖବର କାହା ଚାପରେ ବିଚଳିତ ନ ହୋଇ ସଚ୍ଚୋଟ ଭାବରେ କରିବାକୁ ମତ ପ୍ରକାଶ ପାଇଥିଲା। ଜିଲ୍ଲାରେ ହେଉଥିବା ଦୁର୍ନୀତି ଉପରେ ନିଃସ୍ୱାର୍ଥପର ଭାବରେ ଖବର ପରିବେଷଣ କରିବା, ସଂଘର ନୂତନ ସଭ୍ୟ ସଂଗ୍ରହ ଆଦି ସଂପର୍କରେ ଆଲୋଚନା ହୋଇଥିଲା।
The post ଓଡ଼ିଶା ସାମ୍ବାଦିକ ସଂଘର କୋରାପୁଟ ଜିଲ୍ଲା ଶାଖା ବୈଠକ first appeared on Sambad.from ଜିଲ୍ଲା | Sambad https://ift.tt/3rPwj7r
0 Comments