
ଧର୍ମଗଡ଼ : ଧର୍ମଗଡ଼ ଥାନା ବ୍ରାହ୍ମଣଛେଣ୍ଡିଆ ଚିଲଚିଲା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର ଗୋଟିଏ ଝିଅକୁ ଚିଲଚିଲା ଗ୍ରାମର ସଞ୍ଜୁ ନାୟକ (୨୫ ବର୍ଷ) ଭଲ ପାଉଥିଲା। କୌଣସି କାରଣବସତଃ ସେମାନଙ୍କ ପ୍ରେମରେ ଫାଟ ସୃଷ୍ଟି ହୋଇଥିଲା। ବୁଧବାର ଯୁବକ ଜଣକ ପ୍ରବଳ ମଦ୍ୟପାନ କରି ବ୍ରାହ୍ମଣଛେଣ୍ଡିଆ ଓଭର୍ହେଡ୍ ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ସ୍ଥାନୀୟ ଦମକଳ ବାହିନୀ ସୂଚନା ପାଇ ଉକ୍ତ ଯୁବକକୁ କାବୁ କରି ଟାଙ୍କି ଉପରୁ ତଳକୁ ଆଣିବାକୁ ସକ୍ଷମ ହୋଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

from ଜିଲ୍ଲା | Sambad https://ift.tt/3lSPaNZ
0 Comments