
ସୋନପୁର : ସୋନପୁର ସମ୍ବାଦ- ସାହିତ୍ୟଘର ପକ୍ଷରୁ ବଡ଼ବାହାଲି ସ୍ଥିତ ଶ୍ରୀଦୁର୍ଗା କନଡେଭ ରେଲୱେ କ୍ୟାମ୍ପ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀଦୁର୍ଗା କନଡେଭର ପ୍ରକଳ୍ପ ପରିଚାଳକ ଅଜିତ ସାହୁ ମୁଖ୍ୟ ଅତିଥି ଓ ସମାଜସେବୀ ରାଜେନ୍ଦ୍ର ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ପ୍ରାୟ ୧୦୦ଟି ବିଭିନ୍ନ ପ୍ରକାରର ଚାରାରୋପଣ କରାଯାଇଥିଲା।
‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ରତନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀଦୁର୍ଗା କନଡେଭର ଅମୁଲ୍ୟ ବେହେରା, ରାଜେନ୍ଦ୍ର ପଢିଆରି, ନବଘନ ସାହୁ, ସୁନୀଲ ମାଝି, ନଟବର ପ୍ରଧାନ, ପ୍ରଭଞ୍ଜନ ମହାପାତ୍ର, କେଦାରନାଥ ସାହୁ, ବିଶ୍ବଜିତ ପଟ୍ଟନାୟକ, ଅମିତ ସାମଲ, ଦିଲ୍ଲୀପ ଭୂୟାଁ, ମୀନକେତନ ସାଲମା ପ୍ରମୁଖ ସହଯୋଗ କରିଥିଲେ।
The post ସମ୍ବାଦ- ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ first appeared on Sambad.from ଜିଲ୍ଲା | Sambad https://ift.tt/37Twc1p
0 Comments