ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ସାପ ଧରାଳି ଶ୍ରୀଧର ବାରିକ ଗୁରୁତର ହୋଇଥିବା ଜଣାଯାଇଛି।

ସୂଚନାମତେ ମଙ୍ଗଳବାର ହରଭଙ୍ଗା ଗ୍ରାମର ଖେଡୁ ପ୍ରଧାନଙ୍କ ଘରୁ ସନ୍ଧ୍ୟାରେ ଏକ ତମ୍ବାନାଗ ସାପ ବାହାରିଥିଲା। ଶ୍ରୀଧର ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରି ଏକ ବ୍ୟାଗରେ ଭର୍ତ୍ତି କରିଥିଲେ। ଲୋକଙ୍କ ଅନୁରୋଧକ୍ରମେ ପୁଣିଥରେ ବ୍ୟାଗରୁ ସାପଟିକୁ କାଢ଼ି ଦେଖାଉଥିବା ବେଳେ ଅସାବଧାନତା ଯୋଗୁଁ ସାପଟି ତାଙ୍କୁ କାମୁଡ଼ି ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ମାତ୍ର ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ। ତେବେ ତାଙ୍କୁ ବୁର୍ଲା ଭିମ୍‌ସାର୍‌କୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ତାଙ୍କ ପରିବାର ଲୋକ ସାଙ୍ଗରେ କେହି ନଥିବାରୁ ଓ ବୌଦ୍ଧ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଡାକ୍ତରଙ୍କୁ ଅନୁରୋଧ କରିବା ପରେ ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ଜଣାଯାଇଛି।

The post ସାପ କାମୁଡ଼ାରେ ସାପ ଧରାଳି ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3j0D9UV