
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ କିଛିଦିନ ଧରି ବାରମ୍ବାର ହାତୀ ମୃତ୍ୟୁ ଘଟୁଥିବାବେଳେ ଏହାର ତଦନ୍ତ କରିବାକୁ ପିସିସିଏଫ୍ ଶିଶିର କୁମାର ରଥ ନିର୍ଦ୍ଦେଶ ଦେଇଛନ୍ତି। ରାଉରକେଲା ଆର୍ସିସିଏଫ୍ ଅରୁଣ କୁମାର ମିଶ୍ର ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି।
ସୂଚନାଯୋଗ୍ୟ, ୧୯ ତାରିଖରେ ବାଂଶପାଳ ବ୍ଲକ୍ ରବ ଗାଁରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ପରେପରେ ବାଂଶପାଳ ବ୍ଲକ୍ ତଳଚମ୍ପେଇ ଗାଁ ନିକଟ ସିନ୍ଦୁରିଆ ଜଙ୍ଗଲରେ ଗୋଟିଏ ଏବଂ ସାରୁକୁଦର ଗାଁ ନିକଟରେ ଆଉ ଏକ ହାତୀର ମୃତ୍ୟୁ ଘଟିଥିଲା। ସେହିପରି ତେଲକୋଇ ରେଞ୍ଜ କାଳିଆହତା ସେକ୍ସନ ରେକୁଟି ବିଟ୍ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲର କେରାଙ୍ଗ ଗ୍ରାମ ସାରାଇ ହାମଲେଟ୍ ନିକଟରେ ଏକ ଦନ୍ତାହାତୀ ଅସୁସ୍ଥ ଅବସ୍ଥାରେ ୮ ତାରିଖରେ ଠାବ ହୋଇଥିଲା। ହାତୀ ଗୋଡ଼ରେ ଆଘାତ ଲାଗିଥିବାରୁ ଚଳପ୍ରଚଳ କରିପାରୁ ନଥିଲା। ୧୦ ତାରିଖ ରାତିରେ ଉକ୍ତ ସ୍ଥାନଠାରୁ ଅଳ୍ପଦୂର ଢେଙ୍କନାଳ ଡିଭିଜନ କାମାକ୍ଷାନଗର ରେଞ୍ଜ ଗହଳବନ୍ଧରେ ହାତୀଟିର ମୃତ୍ୟୁ ହୋଇଥିଲା। କମଦିନରେ ଏତେ ସଂଖ୍ୟକ ହାତୀଙ୍କ ମୃତ୍ୟୁ ଘଟିଥିବାରୁ ପିସିସିଏଫ୍ ଏହାକୁ ଗୁରୁତର ସହ ନେଇ ତଦନ୍ତ ନିର୍ଦେଶ ଦେଇଛନ୍ତି।
The post ହାତୀ ମୃତ୍ୟୁ ଘଟଣା : ପିସିସିଏଫ୍ଙ୍କ ତଦନ୍ତ ନିର୍ଦ୍ଦେଶ first appeared on Sambad.from ଜିଲ୍ଲା | Sambad https://ift.tt/3iI8X0n
0 Comments