କ‌ରୋନା ମହାମାରୀ ତୃତୀୟ ଲହର ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ

ଛତ୍ରପୁର : ଆଗାମୀ ସେପ୍ଟେମ୍ବରରେ କରୋନା ମହାମାରୀର ତୃତୀୟ ଲହର୍‌ ପ୍ରାଦୁର୍ଭାବ ଆରମ୍ଭ ହେବା ସହ ଶିଶୁ ଏଥିରେ ସଂକ୍ରମିତ ହେବା ନେଇ ବି‌ଶେଷଜ୍ଞ ଆକଳନ କରିଛନ୍ତି। ତେବେ ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିବା ଶ୍ରୀ ଦାସ ତାମ୍ପରା ହ୍ରଦ ଠାରେ ଗଣମାଧ୍ୟମ ସହ ସୌଜନ୍ୟମୂଳକ ସାକ୍ଷାତକାର ଅବସରରେ କହିଛନ୍ତି, ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ସବୁ ସ୍ଥାନରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି। ଔଷଧ ମହଜୁଦ୍ ରଖାଯାଇଛି। ସମସ୍ତଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଥିବା ସହ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ମଧ୍ୟ ଗଠନ କରାଯାଇଛି।

ଅନ୍ୟପକ୍ଷରେ କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଯେଉଁ ନିର୍ଦ୍ଦେଶ ଆସିଛି ତାକୁ କାର୍ୟ୍ୟକାରୀ କରାଯିବ। କିନ୍ତୁ ଜନସାଧାରଣ ନିଜେ ସଚେତନ ହେବା ସହ ସାମାଜିକ ଦୂରତା, ପଞ୍ଚସୂତୀ ନିୟମ ଓ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ତୃତୀୟ ଲହରରେ ଶିଶୁ ଓ କିଶୋର ଯେଭଳି ସଂକ୍ରମିତ ନହେବେ, ଏଥିଲାଗି ଆଗୁଆ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି ହୋଇଥିଲା। ପରେ ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଏସଓପି ମଧ୍ୟ ଜାରି କରାଯାଇଥିଲା । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

The post କ‌ରୋନା ମହାମାରୀ ତୃତୀୟ ଲହର ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/3y5Dc64

Post a Comment

0 Comments