ବାଙ୍ଗିରିପୋଷୀ–ଗୋରୁମହିଷାଣୀ ରେଳ ସଂଯୋଗ ପାଇଁ ପଦଯାତ୍ରା

ରାଇରଙ୍ଗପୁର : ବାଙ୍ଗିରିପୋଷି–ଗୋରୁମହିଷାଣୀ ରେଳଲାଇନ୍ ସଂଯୋଗୀକରଣ ଦାବିରେ ଗତକାଲିଠାରୁ ବାଙ୍ଗିରିପୋଷି ରେଳ ଷ୍ଟେସନଠାରୁ ଗୋରୁମହିଷାଣୀ ପର୍ଯ୍ୟନ୍ତ ଦୀର୍ଘ ୬୨ କିମି ପଦଯାତ୍ରା ଆରମ୍ଭ ହୋଇଥିଲା। ଅଣରାଜନୈତିକ ସଂଗଠନ ଭଞ୍ଜସେନା ଓ ବାମନଘାଟୀ ରେଳ ବିକାଶ ସମିତିର ମିଳିତ ପଦଯାତ୍ରା ଶନିବାର ସନ୍ଧ୍ୟାରେ ରାଇରଙ୍ଗପୁରଠାରେ ପହଂଚିବା ପରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ତତ୍ବାବଧାନରେ ଉକ୍ତ ପଦଯାତ୍ରାରେ ଆବାହକ ରାକେଶ କୁମାର ସିଂଙ୍କ ସହ ମୟୂରଭଞ୍ଜ ଆଦିବାସୀ ସେଲ୍‌ ସଭାପତି ବାଜୁନ ହାଁସଦା, ବାରିପଦା ଉପଖଣ୍ତ ସମ୍ପାଦକ ମନୋରଞ୍ଜନ ବାରିକ ପ୍ରମୁଖଙ୍କ ସହ ବାମନଘାଟୀ ସଭାପତି ସୌମିତ ବଳ, ସଂଗଠନ ଉପାଧକ୍ଷ ଶୁଭେନ୍ଦୁ ମହାନ୍ତି, ଅଞ୍ଜନ ବରାଳ, ଉପଖଣ୍ତ ସଭାପତି ସୌମିତ ବଳ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ଟୁଡୁ, ଜିଲ୍ଲା ସାଧାରଣ ସମ୍ପାଦକ ଇଂ ରମଜାନ ବେଗ୍, ଉପଖଣ୍ତ ମୁଖପାତ୍ର ମୋହିତ ବିଶୋଇ, ଜିଲ୍ଲା ଉପସଭାପତି ଚିକୁ ପଟ୍ଟନାୟକ, ନଗର ସଭାପତି ରଞିତ ବେରା, ଛାତ୍ର ଶାଖା ଜିଲ୍ଲା ଉପସଭାପତି ଶୁଭମ୍ ପଣ୍ତା, ନଗର ଉପଛାତ୍ର ସଭାପତି ଶିବରାଜ୍ ମହାନ୍ତି, ରାକେଶ ସିଂ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉକ୍ତ ପଦଯାତ୍ରାରେ ଆସନ୍ତାକାଲି ରାଇରଙ୍ଗପୁରଠାରୁ ଗୋରୁମହିଷାଣୀ ରେଳ ଷ୍ଟେସନ ପର୍ଯ୍ୟନ୍ତ ଶତାଧିକ ଲୋକେ ସମର୍ଥନ କରି ବାହାରିବେ ବୋଲି ସୂଚନା ମିଳିଛି।

The post ବାଙ୍ଗିରିପୋଷୀ–ଗୋରୁମହିଷାଣୀ ରେଳ ସଂଯୋଗ ପାଇଁ ପଦଯାତ୍ରା first appeared on Sambad.

from ଜିଲ୍ଲା | Sambad https://ift.tt/3sWxWAL

Post a Comment

0 Comments