ଯାଜପୁର: ପାଣିକୋଇଲି ଥାନା ଧନପୁର ଛକ ନିକଟରେ ଗଛରେ ବାଇକ୍‌ ପିଟି ହୋଇ ଜଣେ ରିଜର୍ଭ ପୁଲିସର କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଯାଜପୁର ଟାଉନ ବଡ଼ମେଡ଼ିକାଲକୁ ପଠାଯାଇଥିବା ଜଣାପଡିଛି। ମୃତକ ହେଲେ ସମୀର ପ୍ରଧାନ।

ସୂଚନା ମୁତାବକ ଆଜି ଅପରାହ୍ନରେ ରିଜର୍ଭ ପୁଲିସ କର୍ମଚାରୀ ସମୀର ପ୍ରଧାନ ଓ ଟମକା ଥାନା ପୁଲିସ କର୍ମଚାରୀ ପ୍ରଭାତ ଅମାନ୍ତ ପାଣିକୋଇଲିକୁ ଏକ ବାଇକ୍‌ରେ ଆସୁଥିଲେ। ସେମାନେ ଧନପୁର ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ଦ୍ରୁତଗତିରେ ବାଇକ୍‌କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ରିଜର୍ଭ ପୁଲିସ କର୍ମଚାରୀ ସମୀର ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ପ୍ରଭାତ ଅମାନ୍ତ ଗୁରୁତର ଆହତ ହୋଇଥିଲେ।

ତେବେ ପାଣିକୋଇଲି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଥିଲା। ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଯାଜପୁର ଟାଉନ ବଡ଼ମେଡିକାଲକୁ ପଠାଇଛି।

The post ରାସ୍ତାକଡ଼ର ଗଛରେ ବାଇକ୍‌କୁ ପିଟିଲେ ପୁଲିସ କର୍ମଚାରୀ: ଜଣେ ମୃତ, ଗୁରୁତରଙ୍କୁ ହସ୍‌ପିଟାଲରେ ଭର୍ତ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/2UVbKKF