ବାଂଶପାଳ : ସାନଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବଡ଼ଭଉଣୀ ଫ୍ୟାନ୍‌ ହୁକ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ। ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ମାନସିକ ଭାରସାମ୍ୟ ହରାଇ ବଡ଼ଭଉଣୀ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆଜି ଫୁଲଝର ଗ୍ରାମର ଭିକାରି ଦେହୁରୀ ଏବଂ ତାଙ୍କ ପତ୍ନୀ କାମ କରିବାକୁ ବିଲକୁ ଯାଇଥିଲେ। ଘରେ ଥିଲେ ବଡ଼ଝିଅ କ୍ଷୀର ଏବଂ ସାନଝିଅ ଋକ୍ମିଣୀ ଥିଲେ। ଋକ୍ମିଣୀ ଯୁକ୍ତ ୨ ଛାତ୍ରୀ। କ୍ଷୀର ସାମାନ୍ୟ ମାନାସିକ ନ୍ୟୂନ ଥିଲେ। ବାପାମା’ ବିଲକୁ ଯିବା ପରେ ଦେହ ଭଲ ଲାଗୁନଥିବାରୁ ଋକ୍ମିଣୀ ଘରେ ଶୋଇଥିଲେ। ଏହି ସମୟରେ ବଡ଼ଭଉଣୀ କ୍ଷୀର ଏକ ଟାଙ୍ଗିଆରେ ତାଙ୍କ ବେକକୁ ଚୋଟ ପକାଇଥିଲା। ଫଳରେ ମୁଣ୍ଡରୁୁ ଗଣ୍ଡି ଅଲଗା ହୋଇଯାଇଥିଲା। ସାନଭଉଣୀର ମୃତ୍ୟୁ ଘଟିବା ପରେ କ୍ଷୀର ଫ୍ୟାନ୍‌ ହୁକ୍‌ରେ ରଶି ଲଗାଇ ଝୁଲି ପଡ଼ିଥିଲେ। ସନ୍ଧ୍ୟା ୭ଟାବେଳେ ବାପାମା’ ଘରକୁ ଫେରିବାବେଳକୁ କବାଟ ଭିିତର ପଟୁ ବନ୍ଦ ରହିଥିଲା। ଗ୍ରାମବାସୀଙ୍କ ସହଯୋଗରେ କବାଟ ଭାଙ୍ଗିଲା ବେଳକୁ ଋକ୍ମିଣୀଙ୍କ ରକ୍ତାକ୍ତ ଶବ ଚଟାଣରେ ପଡ଼ିଥିଲା। କ୍ଷୀରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଖବର ପାଇ ସରପଞ୍ଚ ଝରଣା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ସୂଚନା ଦେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା।

The post ସାନଭଉଣୀକୁ ହତ୍ୟା ପରେ ବଡ଼ଭଉଣୀର ଆତ୍ମହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/2WZjdcg