ଖୋର୍ଦ୍ଧା: ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ବ୍ଲକ ବିଡିଓ ରମେଶଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଯୋଗଦେଇ ଦେଶର ଶିଶୁ ସୁରକ୍ଷା ଆଇନ ଓ ଅନ୍ୟ ସୁବିଧାସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ପଂଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରିବାସହ ବ୍ଲକସ୍ତରୀୟ କମିଟି ସହ କିଭଳି ସମ୍ମନ୍ୱୟ ରକ୍ଷା କରାଯାଇପାରିବ ସେନେଇ କହିଥିଲେ। ବାଲ୍ୟ ବିବାହ ରୋକିବା ଓ ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶିଶୁ ମଙ୍ଗଳ ସମିତିର ସଭ୍ୟା ମାନସୀ ପାଢ଼ୀ, ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଜ୍ଞା ପରମିତା ଜେନା, ସିଡିପିଓ କବିତା ମହାପାତ୍ରଙ୍କ ସହ ଅନ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଭର୍ରଚୁଆଲ ଭାବେ ଦୁଇଜଣ ପିତାମାତାଙ୍କୁ ସେମାନେ ହରାଇଥିବା ଦୁଇ ଶିଶୁଙ୍କୁ ହାଜର କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ସାମାଜିକ କର୍ମୀ ରଂଜନ କୁମାର ଗୋଚ୍ଛାୟତ, ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ଟିମ୍ ସଦସ୍ୟ ତଥା ଜୀବନଜ୍ୟୋତି ସେବାଶ୍ରମର ଅଧ୍ୟକ୍ଷା ଉର୍ମିଳା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।

The post ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ first appeared on Sambad.

from ଜିଲ୍ଲା | Sambad https://ift.tt/3mjtTNo