
ଯଖପୁରା : କଳିଙ୍ଗନଗର ଶିଳ୍ପାଞ୍ଚଳ ଭିସା ଷ୍ଟିଲ କାରଖାନାରୁ କୋକ୍ ପରିବହନ ପାଇଁ ନିର୍ଦ୍ଧାରିତ ମୂଲ୍ୟ ଓ ହାଇକୋର୍ଟଙ୍କ ଫାଷ୍ଟ କମ ଫାଷ୍ଟ ଲୋଡ୍ ନିୟମ ଲାଗୁ କରିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଅଘଟଣ ଆଶଙ୍କାରେ କାରଖାନା ଫାଟକ ସମ୍ମୁଖରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଫାଷ୍ଟ କମ ଫାଷ୍ଟ ଲୋଡ୍ ନିୟମ ଲାଗୁ କରିବା ପାଇଁ ଯଖପୁରା ଗ୍ରାମର କିଛି ଗାଡ଼ି ମାଲିକ ହାଇକୋର୍ଟରେ ଆବେଦନ କରିଥିଲେ। ଏନେଇ ମାନ୍ୟବର ହାଇକୋର୍ଟ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲାପାଳଙ୍କଠାରୁ ସ୍ଥାନୀୟ ପୁଲିସ ପ୍ରଶାସନ କୌଣସି ନିର୍ଦ୍ଦେଶ ପାଇ ନ ଥିବା ଜଣାପଡ଼ିଛି। ପରିବହନ ସଂସ୍ଥା ଫାଟକ ସମ୍ମୁଖରେ ଥିବା ଗାଡ଼ିକୁ ଲୋଡିଂ ପାଇଁ ଡିଓ ପ୍ରଦାନ କରିଥିଲେ।
ଗୋଟିଏ ଗୋଷ୍ଠୀ ଗାଡ଼ି ପଠାଇ ନଥିବାବେଳେ ରାଜନୈତିକ ବିବାଦରୁ ବଞ୍ଚିତ ମାଲିକମାନେ ଗାଡ଼ି ପଠାଇଥିଲେ। ତେଣୁ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ପରିବହନକୁ ସମର୍ଥନ କରୁଥିବା ଗୋଷ୍ଠୀ ସାତ ବାଇଁଶିଆଠାରେ ଏକାଠି ହୋଇଥିବା ବେଳେ ମା’ ହିଙ୍ଗୁଳା ଟ୍ରକ୍ ମାଲିକ ସଂଘର ୫୦ ଜଣ ସଂଘ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ଖଣି ପ୍ରଭାବିତ ଟ୍ରକ ମାଲିକ ସଂଘର ସଭାପତି ବିଶ୍ଵଜିତ ରାଜ, ସୁଧାଂଶୁ ଶେଖର ଭଞ୍ଜ, ହଳଧର ନାୟକ, ନରେନ୍ଦ୍ର ଧଳ, ଲିଟୁନ୍ ଜେନା, ପଦ୍ମନାଭ ପହି ଏକାଠି ହୋଇ ଫାଷ୍ଟ କମ ଫାଷ୍ଟ ଲୋଡ୍ ନିୟମକୁ ସମର୍ଥନ କରିଥିଲେ।
The post ଫାଷ୍ଟ କମ ଫାଷ୍ଟ ଲୋଡ୍କୁ ନେଇ ଉତ୍ତେଜନା first appeared on Sambad.from ଜିଲ୍ଲା | Sambad https://ift.tt/3yd8uYU
0 Comments