ଚମ୍ପୁଆ : ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଜଣେ ଅଭିଯୁକ୍ତକୁ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସାଢ଼େ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ୨୦୧୮ ମସିହା ଫେବ୍ରୁଆରି ୪ ତାରିଖ ଅପରାହ୍‌ଣ ୨ଟାବେଳେ ଚମ୍ପୁଆ ଥାନା ଅଧୀନ ଇଞ୍ଚିଡ଼ା ଗ୍ରାମର ଜଣେ ମହିଳା ଘର ଭିତରେ ଲୁଗା ବଦଳାଉଥିବା ସମୟରେ ସେହି ଗ୍ରାମର ସୁଦର୍ଶନ ମହାକୁଡ଼ ଘ‌ରେ ପଶି ତାଙ୍କୁ ଟଣାଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳାଙ୍କ ପାଟି ଶୁଣି ତାଙ୍କ ସ୍ଵାମୀ ଓ ପଡ଼ିଶାଘର ଲୋକେ ଦୌଡ଼ି ଆସିବାରୁ ସୁଦର୍ଶନ ସେଠାରୁ ଫେରାର ହୋଇଯାଇଥିଲା। ଏନେଇ ମହିଳା ଜଣଙ୍କ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲା। ପୁଲିସ କେସ୍‌ ନମ୍ବର ୧୯/୧୮ ଦଫା ୪୫୦, ୩୭୬, ୩୨୩, ୨୯୪, ୫୦୬ରେ ମାମଲା ରୁଜୁ କରି ସୁଦର୍ଶନକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୋଳଗୋବିନ୍ଦ ବାରିକ ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ସୁଦର୍ଶନକୁ ୩ ବର୍ଷ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ଚାରିମାସ ଜେଲ୍‌। ଏହି ମାମଲାକୁ ସରକାରୀ ଓକିଲ ତପନ କୁମାର ମିଶ୍ର ପରିଚାଳନା କରୁଥିଲେ।

The post ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତକୁ ସାଢ଼େ ୩ ବର୍ଷ କାରାଦଣ୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/3gfY98j