
ଜୟପୁର: ଟୋକିଓ ଅଲିମ୍ପିକ୍ସରେ ଭାରତର ୧୪୦କୋଟି ଜନତାଙ୍କର ସ୍ୱପ୍ନକୁ ସାକାର କରିଛନ୍ତି ନୀରଜ ଚୋପ୍ରା। ଜାଭେଲିନରେ ସେ ସ୍ୱର୍ଣ୍ଣ ପଦକ ପାଇ ଇତିହାସରେ ନିଜ ନାଁକୁ ସ୍ୱାର୍ଣ୍ଣକ୍ଷରରେ ଲିପିବଦ୍ଧ କରାଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ ଜାନୁଆରି ୧୭ତାରିଖ ଦିନ ସର୍ବଭାରତୀୟ ଆଥଲେଟିକ୍ ମିଟ ଓଡ଼ଶା ଦଳ ପାଇଁ ଚୟନ ଚାଳିଥିଲା। ନୀରଜ ଚୋପ୍ରା ଓ ଶିବପାଲ୍ ଯାଦବ ଏହାରି ପରିସରରେ ଓଡ଼ିଶାର ବରିଷ୍ଠ ଓ କନିଷ୍ଠ ଜାଭେଲିନ୍ କ୍ରୀଡ଼ାବିତଙ୍କୁ ଭେଟିବାକୁ ଆସିଥିଲେ।
ତେବେ ସେଠାରେ ବରିଷ୍ଠ କ୍ରୀଡ଼ାବିତ୍ ମାନେ ଅନୁପସ୍ଥିତ ଥିବାରୁ କନିଷ୍ଠ କ୍ରୀଡ଼ାବିତ୍ ମାନେ ତାଙ୍କ ସହ ଭେଟିଥିଲେ। ଏଥିରେ ଜାଭେଲିନ୍ ପାଇଁ ଯାଇଥିବା କୋରାପୁଟ ଜିଲ୍ଲାର ନନ୍ଦପୁର ଯୋଗୀପୁଟ ଅଂଚଳର ନରସିଂହ ମାଝୀ, ଅଂଜନେୟାଗୁଡ଼ାର ସମାରି ହିଂଜରିୟା, ମାଲକାନଗିରି ଜିଲ୍ଲାରୁ ଦେଡ଼କୁଦ୍ ପାଇଁ ଯାଇଥିବା କ୍ରୀଡାବିତ୍ ସୁରେନ୍ଦ୍ର ଖରା, ରିଙ୍କୁ ବାକା, ସୁଦର୍ଶନ ମାଝୀ ନୀରଜ ଚୋପ୍ରା ଓ ଶିବପାଲ୍ ଯାଦବଙ୍କୁ ଭେଟିଥିଲେ।
ନୀରଜ ସେଠାରେ ଏହି କ୍ରୀଡ଼ାବିତ ମାନଙ୍କୁ କିଭଳି ଜାଭେଲିନ୍ ଥ୍ରୋର ଦୂରତା ଧୀରେ ଧୀରେ ବୃଦ୍ଧି କରି ପାରିବେ ସେ ଟେକନିକ୍ ଶିଖାଇଥିଲେ ବୋଲି କହିଛନ୍ତି ନରସିଂହ। ନୀରଜ ନିଶ୍ଚିତ ରୁପେ ଦେଶ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ତାଙ୍କ ସହ ଭେଟି ହାତ କରମର୍ଦ୍ଧନ କରି ଅତିବାହିତ କରିଥିବା ସମୟ, ପରାମର୍ଶ ନରସିଂହ ଓ ସମାରି ପାଇଁ ଏହି ସ୍ମରଣୀୟ ସ୍ମୃତି। ଜୀବନସାରା ଭୁଲି ହେବ ନାହିଁ ବୋଲି କହିଛନ୍ତ। ନିଶ୍ଚିତ ରୂପେ ସେ ଦେଇଥିବା ପରାମର୍ଶକୁ ମାନି ଆଗାମୀ ଦିନରେ ଭଲ କ୍ରୀଡ଼ାବିତ୍ ହେବେ ବୋଲି କହିଛନ୍ତି ନରସିଂହ।
The post ନୀରଜ ଚୋପ୍ରାଙ୍କ ସହ ସାକ୍ଷାତର ସେହି ସ୍ମରଣୀୟ ମୂହୁର୍ତ୍ତକୁ ଭୁଲିହେବନି: ନରସିଂହ, ସମାରି first appeared on Sambad.from ଜିଲ୍ଲା | Sambad https://ift.tt/3CtJAHH
0 Comments