ରଗଡ଼ି : ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି କୋରେଇ ପୁଲିସ। ଏହି ମାମଲାରେ ଅନ୍ୟ ଦୁଇଜଣ ଫେରାର ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ହେଉଛି ବିଶ୍ଵଜିତ ସ୍ୱାଇଁ। ଏହା ଏକ ପୁରୁଣା ମାମଲା ହୋଇଥିବା ବେଳେ କୋରେଇ ଥାନାରେ ଏ ସଂକ୍ରାନ୍ତରେ ଫେବ୍ରୁଆରି ୧ରେ ଅଭିଯୋଗ ହୋଇଥିଲା। ୨ ତାରିଖରେ ପୁଲିସ ୪୨/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତର ମୋବାଇଲ ଫୋନ ଟ୍ରାକ କରି ଗୁରୁବାର ଦିନ ଭୁବନେଶ୍ଵରରୁ ତାକୁ ଧରିବାକୁ ସକ୍ଷମ ହୋଇଥିଲା।

ଅଭିଯୋଗ ଅନୁସାରେ କୋରେଇ ଥାନା ପଛିକୋଟ ପଞ୍ଚାୟତ ଗୟଳଗଡ଼ିଆ ଗ୍ରାମର କାଳନ୍ଦୀ ଚରଣ ପାତ୍ରଙ୍କ ଘରକୁ ଗତ ଜାନୁଆରି ୨୯ ତାରିଖ ବିଳମ୍ବିତ ରାତିରେ ବିଶ୍ଵଜିତ ସ୍ୱାଇଁ, ରଞ୍ଜିତ ରାଉତ ଓ କାର ଡ୍ରାଇଭର ପିଣ୍ଟୁ ପହଞ୍ଚି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଜମିକୁ ତାଡ଼ିଦେଇ ମିଛରେ ଦେଢ଼ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ଦାବି କରି ଏପରି ଘଟଣା ଘଟାଇଥିବା କାଳନ୍ଦୀ ଏତଲାରେ ଦର୍ଶାଇଥିଲେ। ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ରଞ୍ଜିତ ମହାନ୍ତି ସୂଚନା ଦେଇଛନ୍ତି।

The post ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ ଯୁବକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3zrHm9S