ଜହ୍ନାପଙ୍କ : ବୌଦ୍ଧ ବ୍ଲକ ମୁଣ୍ଡାପଡ଼ା ପଂଚାୟତ କମିରା ଗ୍ରାମର ସୁବିଜ୍ଞ ରଣା (୫୩)ଙ୍କ ସୋମବାର ମୃତ୍ୟୁ ହୋଇଯାଇଛି। ଏହାର ଅଧଘଣ୍ଟା ପରେ ତାଙ୍କ ବାପା ବସନ୍ତ ରଣାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ୨ ଜଣ ସଦସ୍ୟଙ୍କ ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।

ସୁବିଜ୍ଞଙ୍କ ପେଟ ଫୁଲିବା ସହ ଝାଡ଼ା ପରିସ୍ରା ବନ୍ଦ ହୋଇଯାଇଥିଲା। ଅର୍ଥ ଅଭାବରୁ ତାଙ୍କର ଚିକିତ୍ସା ହୋଇପାରୁ ନଥିଲା। ଏ ନେଇ ରବିବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ତେବେ ସୋମବାର ଦିନ ୧୨ଟାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାର ଅଧଘଣ୍ଟା ପରେ ତାଙ୍କ ବାପା ବସନ୍ତ ରଣାଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ସ୍ବାଇଁଙ୍କ ସହଯୋଗରେ ପରିବାର ଲୋକ ଓ ବନ୍ଧୁ ପରିଜନ ଗାଁ ମୁଣ୍ଡ ଶ୍ମଶାନରେ ଗୋଟିଏ ଜୁଇରେ ପିତା-ପୁତ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ପୁଅ ସୌମିତ୍ରୀ ରଣା ମୁଖାଗ୍ନି ଦେଇଥିଲେ।

ସରପଞ୍ଚ ଶ୍ରୀ ସ୍ବାଇଁ ଏହି ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ। ତେବେ ସୁବିଜ୍ଞଙ୍କ ଚିକିତ୍ସାରେ ସବୁ କିଛି ହରାଇ ସାରିଥିବା ଏହି ପରିବାର ପାଖରେ ଦଶାହ କାର୍ଯ୍ୟ ଆଦି କରିବାକୁ ଟଙ୍କାଟିଏ ବି ନାହିଁ। ଫଳରେ ପରିବାର ଲୋକ ଚିନ୍ତିତ ହୋଇପଡ଼ିଛନ୍ତି।

The post ପୁଅ ମୃତ୍ୟୁର ଅଧଘଣ୍ଟା ପରେ ଆଖିବୁଜିଲେ ବାପା first appeared on Sambad.

from ଜିଲ୍ଲା | Sambad https://ift.tt/2V7G4lz