
ଫୁଲବାଣୀ: ଆଜି ଫୁଲବାଣୀ ଭିଜିଲାନ୍ସ ଜଜ୍ ଶୁଭଦର୍ଶୀ ପଟ୍ଟନାୟକ ଏକ ମାମଲାର ବିଚାର କରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣି ଓ ପିଅନଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଉଭୟଙ୍କୁ ଅତିରିକ୍ତ ୬ ମାସ ଲେଖାଏଁ ଜେଲ୍ଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।
ଗତ ୨୦୧୭ ମାର୍ଚ ୬ରେ ହରଭଙ୍ଗାର ପଞ୍ଚାନନ ଦୀପ ନିଜ ବାପାଙ୍କ ଇପିଏଫ୍ କରାଇବାକୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କିରାଣି ପ୍ରଦୀପ କୁମାର ଦଳବେହେରାଙ୍କ ନିକଟକୁ ଆସିଥିଲେ। ପ୍ରଦୀପ ଏଥି ପାଇଁ ପଞ୍ଚାନନଙ୍କୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କାକୁ ପିଅନ ଦଣ୍ଡଧର ଦେହୁରୀଙ୍କ ମାର୍ଫତରେ ଦେବାକୁ କହିଥିଲେ। ପଞ୍ଚାନନ ପିଅନ ଦଣ୍ଡଧରଙ୍କୁ ୨ ହଜାର ଟଙ୍କା ଲାଞ୍ଚ ଦେଲାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ପିଅନଙ୍କୁ ଧରିଥିଲା। କିରାଣିଙ୍କ କହିବା ଅନୁସାରେ ସେ ଟଙ୍କା ଆଦାୟ କରୁଥିଲେ ବୋଲି ଦଣ୍ଡଧର ଭିଜିଲାନ୍ସ ଆଗରେ ମାନିଥିଲେ। ଭିଜିଲାନ୍ସ କେସ୍ ନମ୍ବର ୭/୨୦୧୭ରେ ଏକ ମାମଲା ରୁଜୁ କରିଥିଲା।
The post ଭିଜିଲାନ୍ସ ମାମଲା: କିରାଣି, ପିଅନଙ୍କୁ ୩ ବର୍ଷ ଜେଲ୍ଦଣ୍ଡ first appeared on Sambad.from ଜିଲ୍ଲା | Sambad https://ift.tt/3Bt65uT
0 Comments