
ସମ୍ବଲପୁର: ହୀରାକୁଦ ବନ୍ଧର ସବୁ ଗେଟ୍ ବନ୍ଦ ଥିବାବେଳେ ମଙ୍ଗଳବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୧୭.୫ ଫୁଟ୍ରେ ପହଞ୍ଚିଛି। ସେହି ସମୟରେ ବନ୍ଧ ମଧ୍ୟକୁ ହାରାହାରି ୮୦,୨୧୭ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨୭,୭୮୦ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ସେଥିରୁ ପାୱାର୍ ଚାନେଲ୍ ଦେଇ ୨୩,୩୩୪ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ୍ ଦେଇ ୪,୧୭୭ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ୍ ଦେଇ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୧୧ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୬୯ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧.୬୩ ମିଲିମିଟର୍ ଓ ତଳ ମୁଣ୍ଡରେ ୧.୨୪ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
The post ହୀରାକୁଦ ଜଳସ୍ତର ୬୧୭.୫ ଫୁଟ୍ first appeared on Sambad.from ଜିଲ୍ଲା | Sambad https://ift.tt/3B9MuQw
0 Comments