
ବଲାଙ୍ଗୀର : ବହୁଚର୍ଚ୍ଚିତ ଧୂମାମରା ଡବଲମର୍ଡର ଘଟଣାର ଫେରାର ଥିବା ତିନି ଅଭିଯୁକ୍ତଙ୍କୁ ସଦର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନିରଞ୍ଜନ କୁମ୍ଭାର, ସୁଜନ କୁମ୍ଭାର ଓ ଡାନିଏଲ କୁମ୍ଭାର।
ପୁଲିସ ସୂତ୍ରରୁ ପ୍ରକାଶ ଯେ ୨୦୧୫ ଫେବ୍ରୁଆରି ୨୪ ତାରିଖ ଧୂମାମରାଠାରେ ସୁରେଶ ସାହୁ ଏବଂ ଲିଫାନ ନାଗଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଅଭିଯୁକ୍ତମାନେ ଆକ୍ରମଣ କରି ଫେରାର ମାରିଥିଲେ। ସୁରେଶ ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ଲିଫାନ ନାଗଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଘଟଣାରେ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ମହିଳା ଓ ଦୁଇଜଣ ପୁରୁଷଙ୍କୁ ଗିରଫ କରି ସେତେବେଳେ କୋର୍ଟ ଚାଲାଣ କରିଥିଲା ପୁଲିସ। ଅନ୍ୟ ଦୁଇଜଣ ଫେରାର ମାରିଥିଲେ।
ଜେଲ୍ରେ ଥିବା ଜଣେ ଅଭିଯୁକ୍ତ ଡାନିଏଲ କୁମ୍ଭାର କିଛିଦିନ ପାଇଁ ଅନ୍ତରୀଣ ଜାମିନରେ ଆସିଥିଲା। ୨୦୧୭ ଏପ୍ରିଲ ୨୯ ତାରିଖ ଡାନିଏଲ ପୁଣି ଥରେ ଜେଲ୍କୁ ଫେରିବା କଥା। କିନ୍ତୁ ଆଉ ନିଜକୁ ସରଣ୍ଡର ନକରି ବାହାର ରାଜ୍ୟକୁ ଫେରାର ମାରିଥିଲା ଡାନିଏଲ। ବଲାଙ୍ଗୀର ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ନୂଆ ଭାବରେ ଯୋଗ ଦେବା ପରେ ସ୍ବତନ୍ତ୍ର ଅଭିଯାନ କରି ଡାନିଏଲକୁ ବାହାର ରାଜ୍ୟରୁ ଗିରଫ କରିଥିଲେ। ଏହା ସହିତ ଫେରାର ଅନ୍ୟ ଦୁଇ ଅଭିଯୁକ୍ତ ନିରଞ୍ଜନ କୁମ୍ଭାର ଓ ସୁଜନ କୁମ୍ଭାରଙ୍କୁ ମଧ୍ୟ ଗିରଫ କରିବାରେ ସଦର ପୁଲିସ ସଫଳ ହୋଇଥିଲା। ଜମି ମାଫିଆମାନେ ଜମି କିଣାବିକା ପାଇଁ ହତ୍ୟାକାଣ୍ଡ ଘଟାଇଥିବା ସେ ସମୟରେ ଜଣାପଡିଥିଲା। ହତ୍ୟାକାଣ୍ଡର ୬ବର୍ଷ ପରେ ଫେରାର ଅଭିଯୁକ୍ତମାନେ ଗିରଫ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
The post ଧୂମାମରା ଡବଲମର୍ଡର ମାମଲା: ଫେରାର୍ ୩ ଜଣକୁ ଗିରଫ କଲା ପୁଲିସ୍ first appeared on Sambad.from ଜିଲ୍ଲା | Sambad https://ift.tt/3xWh8e0
0 Comments