ବାରିପଦା: ମୟୂରଭଞ୍ଜରେ ବଳକା କୋଭିଡ୍ ମୃତ୍ୟୁ ହିସାବ ସରୁନି। ଯାହାଫଳରେ ବଢ଼ିଚାଲିଛି ମୃତ୍ୟୁର ଲମ୍ବା ହିସବା। ଆଜି ପୁଣି ଜିଲ୍ଲାରୁ ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଜିଲ୍ଲାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୨୨୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୮,୭୭୯ରେ ପହଞ୍ଚିଛି । ସେହିପରି ଅଗଷ୍ଟ ୪ ପର୍ଯ୍ୟନ୍ତ ଜିଲ୍ଲାରୁ ୯୮.୫୪ ପ୍ରତିଶତ ହାରରେ ୩୮,୨୧୨ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ୦.୮୯ ପ୍ରତିଶତ ହାରରେ ୩୪୪ ଜଣ ସକ୍ରିୟ ଅଛନ୍ତି।  ଆଜି ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ୫୦, ୫୬, ୬୫, ୭୭, ୮୦ ବର୍ଷର ୫ ଜଣ ପୁରୁଷ ଏବଂ ୫୮ ବର୍ଷିୟା ଜଣେ ମହିଳାଙ୍କୁ ମିଶାଇ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗଷ୍ଟ ମାସର ପ୍ରଥମ ଚାରି ଦିନରେ ଜିଲ୍ଲାରୁ ମାତ୍ର ୧୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୨ ଜଣ ସୁସ୍ଥ ହୋଇଛନ୍ତି। ମାତ୍ର ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି।

The post ସରୁନି ବଳକା କୋଭିଡ୍ ମୃତ୍ୟୁ ହିସାବ: ଆଜି ଜିଲ୍ଲାରୁ ୬୨ ଆକ୍ରାନ୍ତ ଚିହ୍ନଟ, ୬ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3lA3SJs