ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ମୋବାଇଲ ଫୋନ ଲୁଟ ମାମଲରେ ଦୁଇଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚ‌ାଲାଣ କରିଛି। ଲୁଟେରା ଦ୍ବୟ ହେଲେ ବାଳକାଟି ଫାଣ୍ଡି ଅଧୀନ ଯଶୁଆପୁର ଗ୍ରାମର ସନ୍ତୋଷ କୁମାର ଭୋଇ (୨୬) ଏବଂ ଉକ୍ତ ଗ୍ରାମର ତପନ କୁମାର ଭୋଇ (୨୫)। କୋର୍ଟରେ ଉଭୟ ସନ୍ତୋଷ ଓ ତପନର ଜାମିନ ଆବେଦନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ନିକଟରୁ ଉକ୍ତ ଚୋରି ମୋବାଇଲ ଫୋନ ସମେତ ବ୍ୟବହୃତ ବାଇକଟିକୁ ଜବତ କରିଥିଲା। ଏନେଇ ଅନ୍ଧୋଟି ଗ୍ରାମର ହରମୋହନ ଜେନା ନାମକ ଜଣେ ବ୍ୟବସାୟୀ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସୂଚନା ମୁତାବକ ସନ୍ତୋଷ ଓ ତପନ ଗତକାଲି ମଧ୍ୟାହ୍ନରେ ଅନ୍ଧୋଟି ବଜାରରେ ଥିବା ହରମୋହନଙ୍କ ସ୍ନାକ୍ସ ଦୋକାନକୁ ଥଣ୍ଡା ପିଇବାକୁ ଆସିଥିଲେ। ହରମୋହନ ଥଣ୍ଡା ଦେବାକୁ ଫ୍ରିଜ ନିକଟକୁ ଯିବାର ବେଳେ ତାଙ୍କ ମୋବାଇଲ ଫୋନ ଉଠାଇ ନେଇ ପଳାଉଥିଲେ। ହେଲେ ହରମୋହନ ଦୁହିଁଙ୍କୁ କାବୁ କରି ନେଇଥିଲେ। ଗ୍ରାମବାସୀମାନେ ତାଙ୍କୁ ମାଡ଼ମାରି ବାଲିଅନ୍ତା ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ତାଙ୍କୁ ହସ୍ତାନ୍ତର କରିଥିଲେ। ହରମୋହନଙ୍କ ଅଭିଯୋଗ ଆଧାରରେ ଥାନାରେ ୨୬୪/୨୧ରେ ମାମଲା ରୁଜୁ ହୋଇଥିଲା।

The post ମୋବାଇଲ ଫୋନ ଚୋରି ମାମଲାରେ ଜେଲଗଲେ ୨ ଯୁବକ first appeared on Sambad.

from ଜିଲ୍ଲା | Sambad https://ift.tt/3ju2SoX