ଛେଣ୍ଡିପଦା: ପଶ୍ଚିମବଙ୍ଗରୁ ଆସି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବିଦ୍ୟୁତ କରେଣ୍ଟରେ ମୃତ୍ୟୁ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗ ରାଜ୍ୟ ମୁର୍ସିଦାବାଦ ଜିଲ୍ଲା ଔରଙ୍ଗବାଦ ଥାନା କୁମରପରା ଗ୍ରାମର ମିରାଜ ଏସକେ(୨୦) ଗତ ୬ ମାସ ହେବ ଛେଣ୍ଡିପଦା କୁଲୁକୁଲି ବେହେରାଙ୍କ ଘରେ ଭଡାରେ ରହି ଅଞ୍ଚଳରେ ଘର ତିଆରି ଠିକାଦାର ଭାବେ କାର୍ଯ୍ୟ କରୁଛନ୍ତି।

ମିରାଜଙ୍କ ଭାଇ ରନି ଏସକେ(୧୮) ତାଙ୍କ ସହିତ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ରନି ଗତକାଲି ସନ୍ଧ୍ୟା ୭ଟାରେ ରହୁଥିବା ଭଡାଘରେ ଲାଇଟ ଲଗେଇବା ପାଇଁ ପ୍ଲଗରେ ତାର ଲଗାଉଥିଲେ। ଏହି ସମୟରେ ପ୍ଲଗ କରେଣ୍ଟରେ ଗୁରୁତର ଆହତ ହୋଇଥିଲେ।

ଗୁରୁତର ଅବସ୍ଥାରେ ତାକୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରନିଙ୍କର ମୃତ୍ୟୁ ହୋଇଥିଲା । ରନିଙ୍କ ଭାଇ ମିରାଜ ଏସକେଙ୍କ ଲିଖିତ ଅଭିଯୋଗରେ ପୁଲିସ ମୃତଦେହ ଜବତ ଓ ବ୍ୟବଛେଦ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳେଇଛି।

The post ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3k5Vf7e