ସାଲେଭଟା : ଆଗଲପୁର ବ୍ଲକ୍‌ ଝରଣିପାଲି ପଞ୍ଚାୟତ ପୋଢ଼ପାଲି ଛକରୁ ବାଇକ୍‌ ଚୋରି ଉଦ୍ୟମ କରି ୨ ଜଣ ଯୁବକ ଧରାପଡ଼ିଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ୍‌ ପଣ୍ତକିଟାଲ ଗାଁର ରାହୁଲ ସାହୁ ଓ ପଦ୍ମପୁର ବଡ଼ବନ୍ଧ ପଡ଼ାର କାବଲୁ ଦାଶ।

ପ୍ରକାଶ ଯେ ଗାଁର ଭଗବାନ ସାହୁ ସୋମବର ସକାଳ ସାଢ଼େ ୮ଟା ସମୟରେ ତାଙ୍କ ବାଇକ୍‌ (ଓଡି ୧୫ ବି ୮୯୬୧)କୁ ରାସ୍ତା କଡ଼ରେ ରଖି ନିଜ ଜମିକୁ ମୁଗ ତୋଳିବାକୁ ଯାଇଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକ୍‌ ଚୋରି କରି ଫେରାର ମାରିଥିଲେ। ଏହା ଜାଣିପାରି ଭଗବାନ କରକଚିଆ ଗ୍ରାମବାସୀଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। କରକଚିଆ ଛକ ନିକଟରେ କିଛି ଯୁବକ ଠେଙ୍ଗା ବାଡ଼ି ଧରି ଜଗିଥିବା ଦେଖି ଚୋରମାନେ ସେଠାରୁ ପୁଣି ପଛକୁ ଫେରିବାକୁ ଉଦ୍ୟମ କରୁଥିଲେ। କିଛି ଯୁବକ ସେମାନଙ୍କୁ ବାଇକରେ ପିଛା କରି କାବୁ କରିଥିଲେ। ‌ପରେ ଉଭୟଙ୍କୁ ଲୋଇସିଂହା ଥାନାରେ ଜିମା ଦେଇଥିଲେ। ଅଭିଯୁକ୍ତ ଦ୍ବୟଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି।

The post ୨ ବାଇକ୍‌ ଚୋରଙ୍କୁ ପୁଲିସ ଜିମାଦେଲେ ଲୋକେ first appeared on Sambad.

from ଜିଲ୍ଲା | Sambad https://ift.tt/3y62WiN