
ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧୀନ ଫିରିଫିରା ବଣରେ ବାର୍ହା ଉପଦ୍ରବ ଦେଖାଦେଇଛି। ଏନେଇ ସ୍ଥାନୀୟ ଅଞ୍ଚଳର ପରିବା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ରାତ୍ରି ସମୟରେ ବଣ ଭିତରୁ ବାର୍ହା ବାହାରି କଖାରୁ, ସାରୁ ଓ ବାଡ଼ିରେ ଥିବା ମାଟିଆଳୁ ଖାଇ ଯାଉଥିବା ଚାଷୀମାନେ କହିଛନ୍ତି। ବିଶେଷ କରି ବିଲରୁ କଖାରୁ ଓ ସାରୁ ଫସଲ ସମୂଳେ ଖାଇ ଯାଉଥିବା ଚାଷୀମାନେ କହିଛନ୍ତି। ଜୟଦେବ ପଞ୍ଚାୟତ ସରପଞ୍ଚ ପ୍ରଜ୍ଞା ପରମିତା ଜେନାମଣି ଓ ଅନେକ ଚାଷୀଙ୍କ ସୂଚନା ଅନୁସାରେ ପାଖାପାଖି ୨୬ ଏକର କଖାରୁ ଖାଇ ଦେଇଛନ୍ତି। ବାର୍ହା ଉପଦ୍ରବ ଏଠାକାର ପରିବା ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ ପରିବା ଫସଲ କ୍ଷତିପୂରଣ ବାବଦ ଆର୍ଥିକ ସହାୟତା ପାଇବା ପାଇଁ ଚାଷୀ ପ୍ରତିନିଧିମାନେ ଆଜି ଭିଙ୍ଗାରପୁର ସ୍ଥିତ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜଣାଇଥିଳେ।
ଚାଷୀମାନଙ୍କ ଅଭିଯୋଗ ହେଲା ଆମ୍ଭମାନଙ୍କର ଆମ୍ଭମାନଙ୍କର ଭାତହାଣ୍ଡି ବାରାହା ମୁହଁରେ ଗଲା । କିଛିଦିନ ତଳେ ଏନେଇ ଆମେ ବନ ବିଭାଗରେ ଜଣାଇବା ପରେ ଅଧିକାରୀ ଓ କର୍ମଚାରୀ ଗ୍ରାମରେ ପହଞ୍ଚି ବାର୍ହା ଗତବିଧି ଅନୁଧ୍ୟାନ କରିବା ସହ ପଦଚିହ୍ନ ପରଖି ଥିଲେ। ଗଡମ୍ବା ଫୁଟାଇ ବାରହା ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ବାର୍ହାଙ୍କ ଉପଦ୍ରବ କମିନଥିଲା। ବିଲରେ ପଶି କଖାରୁ ଓ ସାରୁ ଫସଲ ତାଡ଼ି ଖାଇଗଲେ। ତେଣୁ ଫସଲକୁ ରକ୍ଷା କରିବା ଦିଗରେ ବନ ବିଭାଗ ଓ କୃଷି ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀଙ୍କ ପକ୍ଷରୁ ଦାବି ହେଉଛି।
The post ପରିବା ଚାଷୀଙ୍କ ମୁଣ୍ଡରେ ଚଡ଼କ: ବାର୍ହା ଖାଇଗଲେ ୨୬ ଏକର କଖାରୁ, କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/2WsTPvI
0 Comments