
ଶୁଖା : ଡୁଙ୍ଗୁରିପାଲି ଥାନା ଶୁଖା ଗାଁରେ ଥିବା ସ୍ବପ୍ନେଶ୍ବର ମହାଦେବଙ୍କ ମନ୍ଦିରକୁ ଜମି ଦାନ କରିଛନ୍ତି ଗାଁର ପାଞ୍ଚ ଭାଇ।
ସୂଚନାଯୋଗ୍ୟ ଯେ ଗାଁ ମୁଣ୍ଡରେ ଥିବା ଶିବ ମନ୍ଦିରକୁ ଦର୍ଶନ ପାଇଁ ପ୍ରତିଦିନ ଭକ୍ତମାନଙ୍କ ସମାଗମ ହେଉଛି। ହେଲେ ଏଠାରେ ରୋଷେଇ ଘର, ବିବାହ ମଣ୍ଡପ, ଆଶ୍ରୟସ୍ଥଳୀ ଆଦି ସୁବିଧା ନାହିଁ। ଫଳରେ ଶ୍ରଦ୍ଧାଳୁମାନେ ହଇରାଣ ହୋଇଥାନ୍ତି। ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ମନ୍ଦିରକୁ ଲାଗି ରହିଥିବା ପଡ଼ିଆ ଜମିକୁ ଗାଁର ହୃଦାନନ୍ଦ ସିଂ ବରିହା, ହର୍ଷ ସିଂ ବରିହା, ନାରାୟଣ ସିଂ ବରିହା, ନରୋତ୍ତମ ସିଂ ବରିହା ଓ ଦେବରାଜ ସିଂ ବରିହା ମନ୍ଦିର ନାଁରେ ଦାନ କରିଛନ୍ତି। ଏହା ସହିତ ବଡ଼ଭାଇ ହୃଦାନନ୍ଦ ଭୂମିପୂଜା ମଧ୍ୟ କରିଛନ୍ତି। ଏହି ଜମିରେ ପାଚେରି, ରୋଷେଇ ଘର, ବିବାହ ମଣ୍ଡପ ଏବଂ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି।
The post ଶିବ ମନ୍ଦିରକୁ ଜମି ଦାନକଲେ ପାଞ୍ଚ ଭାଇ first appeared on Sambad.from ଜିଲ୍ଲା | Sambad https://ift.tt/3B6Ptcs
0 Comments