ବାଲିଅନ୍ତା: ଆଜି ଅପରାହ୍ନ ୩ଟା ସମୟରେ ପ୍ରବଳ ମେଘ ପବନ ହେବାରୁ ବାଳକାଟି ସାପ୍ତାହିକ ହାଟ ବେହାଲ ହୋଇପଡ଼ିଛି। ସାପ୍ତାହିକ ହାଟ ଭିତରେ ବର୍ଷାପାଣି ନିଷ୍କାସିତ ହୋଇନପାରିବାରୁ ହାଟ ବ୍ୟବସାୟୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଦୀର୍ଘ ଦୁଇଘଣ୍ଟା ଧରି ବର୍ଷା ଲାଗି ରହିବାରୁ ହାଟ ପରିସରରେ ଆଣ୍ଠୁଏ ଉଚ୍ଚରେ ବର୍ଷାପାଣି ଜମି ରହିଥିଲା। ଫଳରେ ହାଟରେ ଟମାଟୋ, ବାଇଗଣ, ଭେଣ୍ଡି, ପୋଟଳ ଓ କୁନ୍ଦୁରି ଆଦି ପନିପରିବା ଭାସିଥିଲା।

ବ୍ୟବସାୟୀମାନେ ପାଣି ବୋହି କମାଇବାକୁ ଚେଷ୍ଟାକରିଥିଲେ ହେଲେ ବିଫଳ ହୋଇଥିଲେ। ଏନେଇ ଉଭୟ ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଲୋକମାନେ ପଞ୍ଚାୟତ ଜନ ପ୍ରତିନିଧି ପାଣି ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ଏନେଇ ହାଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାଛଡ଼ା ପାଣିକଟା, ସିଙ୍ଗିରି, ବାୟାଁପଦା, ବିଶିନିଆପଡ଼ା ଓ ଝିଣ୍ଡି ଆଦି ଅଞ୍ଚଳରେ ବଡ଼ ବଡ଼ ଗଛ ବିଦ୍ୟୁତ ଖୁଣ୍ଟ ଓ ତାର ଉପରେ ଭାଙ୍ଗିପଡ଼ିବାରୁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି।

The post ବାଳକାଟି ସାପ୍ତାହିକ ହାଟରେ ଭାସିଲା ପରିବା first appeared on Sambad.

from ଜିଲ୍ଲା | Sambad https://ift.tt/2WfoRY0