
ବଲାଙ୍ଗୀର : ଆସନ୍ତା ୨୨ ତାରିଖରେ ବଲାଙ୍ଗୀର ଗସ୍ତରେ ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିପାଇଁ ଚକାଚକ ହେଉଛି ବଲାଙ୍ଗୀର ରେଳ ଷ୍ଟେସନ। ସଫାସୁତୁରାରୁ ନେଇ ସବୁ କିଛି କାମ ଚାଲୁ ରହିଛି। ରେଳ ମନ୍ତ୍ରୀଙ୍କ ଗସ୍ତ ଆଗରୁ ବୁଧବାର ଡିଆର୍ଏମ ପ୍ରଦୀପ କୁମାର ବଲାଙ୍ଗୀର ଗସ୍ତରେ ଆସି ଷ୍ଟେସନର କେଉଁଠି କଣ କାମ କରାଯିବ ସେ ନେଇ ସବୁପ୍ରକାର ନିର୍ଦେଶ ସେ ଏଠାକାର ଦାୟିତ୍ୱରେ ଥିବା ଷ୍ଟେସନ ମ୍ୟାନେଜରଙ୍କୁ ଦେଇଛନ୍ତି।

ଆଜି ଦିନସାରା ଯୁଦ୍ଧକାଳୀନ ଭିତ୍ତିରେ କାମ ସବୁ ଚାଲିଥିଲା। କାନ୍ଥବାଡ଼ରେ ରଙ୍ଗମରାଠାରୁ ଆରମ୍ଭ କରି ଭାଙ୍ଗିଯାଇଥିବା ଷ୍ଟିଲ ରେଲିଂ କାମ କରାଯାଉଥିଲା। ଏହାସହ ଷ୍ଟେସନ ସମ୍ମୁଖରେ ଥିବା ଏକ ମିନି ଗାର୍ଡେନକୁ ସଜାଯାଉଥିଲା। ପୁଲିସ ମଧ୍ୟ ମୁତୟନ କରି ଯାତ୍ରୀଙ୍କୁ ଯାଞ୍ଚ କରାଚାଲିଥିଲା। ଟିକଟ କାଉଣ୍ଟରରେ କର୍ମଚାରୀମାନେ ଠିକ ସମୟରେ ଉପସ୍ଥିତ ରହି କାମ କରୁଥିବା ଦେଖାଯାଇଥିଲା। ଏପରିକି ବହୁ ଦିନରୁ ସଫା ହୋଇନଥିବା ଝରକା କାଚ ସବୁକୁ ବି ସଫାସୁତୁରା କରାଯାଉଥିଲା। ଆଗକୁ ରେଳମନ୍ତ୍ରୀ ପରିଦର୍ଶନ ସମୟରେ ଯେମିତି ସେ କୌଣସି ସମସ୍ୟା ନଦେଖିବେ ସେ ଦିଗରେ ରେଲୱେ ବିଭାଗ ପକ୍ଷରୁ କାମ ଜୋରଦାର ଚାଲିଛି।
The post ବଲାଙ୍ଗୀର ଗସ୍ତରେ ଆସିବେ ରେଳ ମନ୍ତ୍ରୀ, ସଜେଇ ହେଉଛି ରେଳ ଷ୍ଟେସନ first appeared on Sambad.from ଜିଲ୍ଲା | Sambad https://ift.tt/3mf8hlx
0 Comments