
ସିନାପାଲି, : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଟିମନପୁର ପଞ୍ଚାୟତ ହୀରାପୁରରେ ଜନୈକ ମହିଳା କୁମାରୀ ବନ୍ଦୀଛୋର (୨୭ ବର୍ଷ)ଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି। ଜଗତ ବନ୍ଦୀଛୋରଙ୍କ ପତ୍ନୀ କୁମାରୀ ଗୁରୁବାର ସ୍ଥାନୀୟ ବିଦ୍ୟାଳୟରେ ଅନୁଷ୍ଠିତ କରୋନା ଟିକାକରଣ କ୍ୟାମ୍ପରେ ଟିକା ଗ୍ରହଣ କରିଥିଲେ।
ପରିବାର ଲୋକଙ୍କ କହିବା ଅନୁଯାୟୀ ଟିକା ନେଲାପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ରାତ୍ରି ପ୍ରାୟ ୨ଟାରେ ଗୁରତର ହେବାରୁ ତାଙ୍କୁ ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ସିନାପାଲି ତହସିଲଦାର ଲୋକନାଥ ଶବର ଓ ଥାନାଧିକାରୀ ଡମ୍ବରୁଧର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା କେସ ନଂ ୯/୨୧ ରୁଜ୍ଜୁ କରି ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସିନାପାଲି ଥାନାଧିକାରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ କୁମାରୀଙ୍କ ୩ ଶିଶୁକନ୍ୟା ଅଛି, ମା’ର ବିୟୋଗରେ ସେମାନେ ଅସହାୟ ହୋଇପଡ଼ିଛନ୍ତି।
The post ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/37qoA6w
0 Comments