
ସମ୍ବଲପୁର: ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚିପିଲିମା ପ୍ରାଣୀଧନ ଓ ଚିକିତ୍ସା ସେବା ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ନରସିଂହ ଗଡ଼ତିଆ। ଅଭିଯୋଗକାରୀଙ୍କ ମା’ଙ୍କ ବକେୟା ପାଉଣା ପ୍ରଦାନ ନିମନ୍ତେ ଫାଇଲ୍ କାମ କରିବାକୁ ସେ ଏହି ଟଙ୍କା ନେଉଥିଲେ।
ଶୁକ୍ରବାର ଚିପିଲିମା ଲାଇଭ୍ଷ୍ଟକ୍ ଇନ୍ସପେକ୍ଟର ତାଲିମ କେନ୍ଦ୍ରର ମହିଳା ଛାତ୍ରାବାସ ପରିସରରେ ଏହି ଲାଞ୍ଚ ଟଙ୍କା ନେଲାବେଳେ ସେ ଭିଜିଲାନ୍ସ ସମ୍ବଲପୁର ଡିଭିଜନ୍ ହାତରେ ଧରା ପଡ଼ିଥିଲେ। ସାକ୍ଷୀଙ୍କ ଉପସ୍ଥିତିରେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ତାଙ୍କ ବାମ ହାତ ଧୁଆଇବାରୁ ପଜିଟିଭ୍ ରାସାୟନିକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏହାପରେ ଶ୍ରୀ ଗଡ଼ତିଆଙ୍କ ବରଗଡ଼ ଜିଲ୍ଲା ମହଦାସ୍ଥିତ ଘର ତଲାସି କରାଯାଇଥିଲା। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।
The post ଧରା ପଡ଼ିଲେ ଲାଞ୍ଚୁଆ କନିଷ୍ଠ ସହାୟକ first appeared on Sambad.from ଜିଲ୍ଲା | Sambad https://ift.tt/3DsUuha
0 Comments