ଭୁବନେଶ୍ବର: ଚଳିତବର୍ଷ ୭୫ ତମ ସ୍ୱାଧୀନତା ଦିବସରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେବ ‘ଫିଟ୍‌ ଇଣ୍ତିଆ ଫ୍ରିଡ଼ମ୍‌ ରନ୍‌’। ଆୟାଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଓ ରାଷ୍ଟ୍ରମନ୍ତ୍ରୀ ନିଶୀଥ୍‌ ପ୍ରାମାଣିକ ଯୋ‌ଗଦେବେ।

ଅଗଷ୍ଟ ୧୩ ତାରିଖ ଠାରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ଅଗଷ୍ଟ ୧୩ ତାରିଖରେ ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ସୀମା ସୁରକ୍ଷା ବଳ, କେନ୍ଦ୍ର ଶିଳ୍ପ ନିରାପତ୍ତା ବଳ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ, ରେଳବାଇ, ନେହେରୁ ଯୁବକେନ୍ଦ୍ର ସଙ୍ଗଠନ, ଇଣ୍ତୋ- ତିଦ୍ଦତ୍‌ ସୀମା ସୁରକ୍ଷା ସମେତ ଦେଶ‌ର ୭୪୪ଟି ଜିଲ୍ଲା, ପ୍ରତି ଜିଲ୍ଲାର ୭୫ଟି ସମେତ ପ୍ରାୟ ୩୦ ହଜାର ଶିକ୍ଷାନୁଷ୍ଠାନ ପ୍ରମୁଖ ଅଶଂ ଗ୍ରହଣ କରିବେ। ମହାମାରୀ ସମୟରେ ଲୋକମାନଙ୍କୁ ସୁସ୍ଥ ରଖିବା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ରହିଛି।

The post ସ୍ୱାଧୀନତା ଦିବସରେ ପାଳିତ ହେବ ଆଜାଦିକା ଅମୃତ ମହୋତ୍ସବ first appeared on Sambad.

from ଜିଲ୍ଲା | Sambad https://ift.tt/2VUSIEC