
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଆକାଶବାଣୀ କେନ୍ଦ୍ରରେ କର୍ମଚାରୀଙ୍କ ମରୁଡ଼ି ପଡ଼ିଥିବା ବେଳେ ଖାଲି ପଦବୀଗୁଡିକ ପୂରଣ ପାଇଁ ରାଜ୍ୟ ସଭା ସାଂସଦ ମୁଜିବୁଲ୍ ଖାନ୍ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିସହ ଜୟପୁର କେନ୍ଦ୍ରରେ କର୍ମଚାରୀର ଅଭାବ ବିଷୟରେ ଆଲୋଚନା ମଧ୍ୟ କରିଛନ୍ତି। ଅନ୍ୟତ୍ର ସ୍ଥାନରୁ ଜୟପୁର କେନ୍ଦ୍ରକୁ କର୍ମଚାରୀକୁ ବଦଳି ହେଉଥିବା ବେଳେ ତାହା ବାତିଲ୍ ମଧ୍ୟ ହୋଇଯାଉଛି। କର୍ମଚାରୀଙ୍କ ଅଭାବ ସତ୍ବେ ଜୟପୁର କେନ୍ଦ୍ରରେ ନୂଆ ନୂଆ କାର୍ଯ୍ୟକ୍ରମ କରାଯାଉଛି।
ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କେନ୍ଦ୍ରର ବହୁ କାର୍ଯ୍ୟକ୍ରମ ପ୍ରଂଶସିତ ହୋଇପାରିଛି। ଏହି କେନ୍ଦ୍ରରେ କାର୍ଯ୍ୟକ୍ରମ ବିଭାଗରେ ୪୦ ଜଣ କର୍ମଚାରୀ ଆବଶ୍ୟକତା ରହିଥିବା ବେଳେ ମୋଟ ୬ ଜଣ ଅଛନ୍ତି, ସେଥିରୁ ପୁଣି ୪ ଜଣ ଉଦଘୋଷକ କାର୍ଯ୍ୟ କରୁଛନ୍ତି। ଏଥିରେ ଶତକଡା ୧୫ ପ୍ରତିଶତ ରହିଛନ୍ତି। ସେହିପରି ପ୍ରଶାସନିକ କାର୍ଯ୍ୟ ପାଇଁ ୧୮ ଜଣ କର୍ମଚାରୀ ଆବଶ୍ୟକତା ରହିଥିବା ବେଳେ ୧୪ ଜଣ ପଦବୀ ଖାଲି ପଡିଛି ୪ ଜଣ କର୍ମଚାରୀ ଅଛନ୍ତି। ଏଥିରେ ଶତକଡା ୧୬ ପ୍ରତିଶତ କର୍ମଚାରୀ ରହିଛନ୍ତି। ଏଥିପ୍ରତି ଗୁରୁତ୍ବ ଦେଇ ଅସନ୍ତା ଦିନରେ ଜୟପୁର କେନ୍ଦ୍ରକୁ କର୍ମଚାରୀ ପ୍ରଦାନ କରିବା ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଜୟପୁର କେନ୍ଦ୍ର କାର୍ଯ୍ୟକ୍ରମ ତଥା କାର୍ଯ୍ୟାଳୟ ମୁଖ ଗୌରଚନ୍ଦ୍ର ତ୍ରିପାଠୀଙ୍କ କହିବାନୁଯାୟୀ, ବହୁ ଦିନରୁ ଏହି ସମସ୍ୟା ଲାଗି ରହିଥିବା ବେଳେ ତାହାର ପୂରଣ ହୋଇପାରୁ ନାହିଁ।
The post ଜୟପୁର ଆକାଶବାଣୀ କେନ୍ଦ୍ରରେ କର୍ମଚାରୀ ମରୁଡ଼ି, କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମୁନା ଖାନ୍ first appeared on Sambad.from ଜିଲ୍ଲା | Sambad https://ift.tt/37n5huO
0 Comments