ଦେଢ କ୍ବିଣ୍ଟାଲ ଗଂଜେଇ ଜବତ, ୫ ଗିରଫ, ୱେବ୍‌ ଚ୍ୟୋନେଲର ସାମ୍ବାଦିକ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୁଦୁଲିପଡା ପୁଲିସକୁ ମିଳିଛି ବଡ ସଫଳତା। ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଥିଲେ ଯେ ଗତକାଲି ମୁଦୁଲିପଡା ଥାନା ପକ୍ଷରୁ ଏମ୍‌ଭି ଚେକିଂ କରାଯାଉଥିବା ବେଳେ ଦୋରାମଶାଣି ନିକଟରେ ଗାଡି ଗୁଡିକ ଯାଞ୍ଚ କରୁଥିବା ସମୟରେ ଏକ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ୭୧ ବସ୍ତା ଗଂଜେଇ ରହିଥିବା ପୁଲିସ ଦେଖିବାକୁ ପାଇଥିଲା। ଏଥିସହ ଏହି ଗଂଜେଇ ଚାଲାଣ କରୁଥିବା ୫ ଜଣ ଆସାମୀଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା। ପରେ ଏହି ଗଂଜେଇକୁ ଆଣି ଓଜନ କରିବା ପରେ ସେଥିରେ ୧୫୨୦ କ୍ବିଣ୍ଟାଲ ଗଂଜେଇ ରହିଥିବା ଜଣାପଡିଥିଲା। ବଜାରରେ ଏହାର ମୂଲ୍ୟ ଦେଢକୋଟି ଟଂକା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ଏହି ଗଂଜେଇ ଚାଲାଣ କରୁଥିବା ଆସାମୀ ମାନେ ହେଲେ ବୈପାରିଗୁଡା ଥାନା ଅନ୍ତର୍ଗତ ଝଡିଆଗୁଡା ଗ୍ରାମର ହେମନ୍ତ ଟାକ୍ରି, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସି-୧୪ର ସାଇବାନ ଖରା, ମାଥିଲି ଥାନା ଅନ୍ତର୍ଗତ ଧୁଙ୍ଗିଆପୁଟ ଗ୍ରାମର ମହେନ୍ଦ୍ର ଦଳେଇ, ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଳ ଗ୍ରାମର ଗୋବର୍ଦ୍ଧନ ଦଳେଇ। ତେବେ ବୈପାରିଗୁଡା ଥାନା ଅଂଚଳର ଝଡିଆଗୁଡା ଗ୍ରାମର ହେମନ୍ତ ଜଣେ ୱେବ୍‌ ଚ୍ୟାନେଲ ‘ବିଶ୍ବ ବିଜୟୀ’ର ସାମ୍ବାଦିକ ବୋଲି ଜଣାପଡିଛି। ଏହିଭଳି କିଛି ଯୁବକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଗଂଜେଇ ବ୍ୟବସାୟରେ ଲିପ୍ତ ରହିଥିବା ପୁଲିସ କହିଛି। ଏମାନେ ବ୍ୟବହାର କରୁଥିବା ଏକ ଆଲଟୋ କାର ସହ ୨ ହଜାର ଟଂକା ନଗଦ ମଧ୍ୟ ଜବତ କରାଯାଇଛି। ଉକ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ତେବେ ମାଲକାନଗିରି ଜିଲ୍ଲାରେ ଗଂଜେଇ ଚାଲାଣ ରୋକିବାରେ ବେଶ ସଫଳତା ପାଉଛି। ଏହି ଗଂଜେଇ ଚିତ୍ରକୋଣ୍ଡା ଅଂଚଳରୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା କୁହାଯାଇଛି।

The post ଦେଢ କ୍ବିଣ୍ଟାଲ ଗଂଜେଇ ଜବତ, ୫ ଗିରଫ, ୱେବ୍‌ ଚ୍ୟୋନେଲର ସାମ୍ବାଦିକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3DwdWd6

Post a Comment

0 Comments