କୋରାପୁଟ କଂଗ୍ରେସରେ ଉଷ୍ମ ହେଉଛି ରାଜନୀତି

କୋରାପୁଟ : ପିସିସି ସଭାପତି ଜଣେ ଅଯୋଗ୍ୟ ବ୍ୟକ୍ତି। ସଭାପତି ପୂର୍ବରୁ ରାଜ୍ୟରେ ସମସ୍ତଙ୍କୁ ଜିତାଇବେ ବୋଲି କହିଥିଲେ, ୨୦୧୯ ନିର୍ବାଚନ ପରେ ମାତ୍ର ୯ ବିଧାୟକ ବିଧାନସଭାକୁ ଆସିଥିଲେ। ସଭାପତି ଭାବେ ରହି କ’ଣ କରିବେ ସେ ଇସ୍ଥଫା ଦେବା ଦରକାର ବୋଲି ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି।

ସେ କହିଛନ୍ତି ଯେ କୋରାପୁଟ ଜିଲ୍ଲା କାହିଁକି ରାଜ୍ୟରେ କଂଗ୍ରେସକୁ ସୁଦୃଢ କରିବାକୁ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ହେବ। ପିସିସି ସଭାପତି ହଟାଇବା ଅଭିଯାନକୁ ଯୋର ଦାର କରାଯିବ। ସଂଗଠନକୁ ସୁଦୃଢ କରିବା ପରିବର୍ତ୍ତ‌େ ଦଳ ମଧ୍ୟରେ କନ୍ଦଳ ଲଗାଉଛନ୍ତି। ଏଥିନେଇ ଓଡିଶାରେ କଂଗ୍ରେସ ଦୁର୍ବଳ ହୋଇ ଚାଲିଛି। ପିସିସି ସଭାପତିଙ୍କ ଉପରେ କୌଣସି ନେତାଙ୍କ ଆସ୍ଥା ନାହିଁ। ନେତା ନେତାଙ୍କ ମଧ୍ୟରେ ବିବାଦ ବଢାଉଛନ୍ତି। ତେଣୁ ଏନେଇ ଏଆଇସିସି ସଭାପତି ଓ ଉପସଭାପତିଙ୍କ ପାଖରେ ଦାବି କରିବୁ। ଯଦି ଦିଲ୍ଲୀରେ ଏଆଇସିସି ନ ଶୁଣନ୍ତି ତେବେ ଦେଶର ରାଜଧାନୀରେ ଲଢେଇ ହେବ। ଏହାକୁ ନେଇ କୋରାପୁଟ କଂଗ୍ରେସରେ ଦିନକୁ ଦିନ ଉଷ୍ମ ହେଉଛି ରାଜନୀତି। ଗତକାଲି ଏହା ଜିଲ୍ଲା ମଧ୍ୟରେ ସୀମିତ ରହିଥିବାବେଳେ ଏବେ ରାଜ୍ୟ ମୁହଁ ହୋଇଛି। ଉଗ୍ର ରୁପ ଧାରଣ କରୁଛି କୋରାପୁଟ ଜିଲ୍ଲାରେ ପୂର୍ବତନ ବିଧାୟକ କୈଳାଶ କୁଲେସିକା ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ବିବାଦ।  ଗତକାଲି ସାଂସଦ ସାମ୍ବାଦିକ ସମ୍ମିଳନରୁ ଜିଲ୍ଲା ସଭାପତି ମୀନାକ୍ଷୀ ବାହିନିପତି ଉଠି ଆସିବାକୁ ରାଜନୀତି ଉଷ୍ମ ହୋଇଥିବାବେଳେ ଆଜି କଥାକଟାକଟି ଦେଖିବାକୁ ମିଳିଛି।

ଖାଲି ଯେ ତାରା ପିସିସିଙ୍କ ଉପରେ ବର୍ଷିଛନ୍ତି  ତାହା ନୁହେଁ ସେ ସାଂସଦଙ୍କ ଉପରେ ମଧ୍ୟ ତେରାଛା ବାଣ ମାରିଛନ୍ତି। ଗତକାଲି କୋରାପୁଟରେ ଥିବା ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକଙ୍କୁ ଡକା ନ ଯିବା ଘଟଣାରେ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପ୍ରେସମିଟକୁ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ଗତକାଲି ପଟ୍ଟାଙ୍ଗୀ ବ୍ଲକର ଚାରିଗୋଟୀ ପଂଚାୟତର ୯ଟିସ୍ଥାନରେ ନାଲକୋର ଖଣିଖନନ ନିମନ୍ତେ କରାଯାଇଥିବା ପଲ୍ଲୀସଭାକୁ କିପରି ସାମ୍ବାଦିକ ମାନେ ନଯାଆନ୍ତୁ ସେଥିପାଇଁ ସାଂସଦଙ୍କ କପୋରକର୍ପିତ ଯୋଜନା ବୋଲି ସେ କହିଛନ୍ତି।୨୦୧୯ ନିର୍ବାଚନକୁ ଏତେ ଦିନ ବିତିଥିଲେ ବି କାହିଁକି ଜିଲ୍ଲାର ଯାକରେ ରହିଥିବା ସାମ୍ବାଦିକଙ୍କୁ ଡାକି ନ ଥିଲେ। ଗତକାଲି କାହିଁକି ଡାକି କରି ନୈଶ ଭୋଜି ଦେଲେ ତାହାକୁ ନେଇ ନା ନା ପ୍ରଶ୍ନ ଉଠିଛି ବୋଲି ସେ କହିଛନ୍ତି। ଏଭଳି ଅଭିଯୋଗ କରିଛନ୍ତି କଂଗ୍ରେସର ଟାଣୁଆ ନେତା ତାରା ପ୍ରସାଦ ବାହିନୀପତି । ବାହିନୀପତିଙ୍କ ଏଭଳି ମନ୍ତବ୍ୟପରେ ପିସିସି ସଭାପତି ହଟାଇବା ଅଭିଯାନ ଯୋରଦାର ହେବ ବୋଲି ମନେ ହେଉଛି। କୋରାପୁଟ ସାଂସଦ ଏ ସମ୍ପର୍କରେ ପାଟି ନଖୋଲି ନିରବ ରହିଛନ୍ତି ଜଣାପଡିଛି।

ଏପଟେ ବାହିନୀ ପତି ଦମ୍ପତିଙ୍କୁ ଟାର୍ଗେଟ କରିଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା କୋରାପୁଟ କଂଗ୍ରେସରେ ବିଧାୟକ ତାରା ବାହିନୀ ପତି ଦମ୍ପତିଙ୍କୁ କୈଳାଶ କୁଲେସିକା ଆହ୍ୱାନ ଦେଇଛନ୍ତି। ଧମକ ନଦେଇ ଜିଲ୍ଲା ସଭାପତି ପ୍ରଥମେ ପଦବୀରୁ ଇସ୍ତଫା ଦେଇ ଦେଖାନ୍ତୁ ବୋଲି ସେ କହିଛନ୍ତି। ସେ ଚତୁର ନେତା ଯାହା କୁହନ୍ତି କରନ୍ତି ନାହିଁ । ମୁଁ ଆଦିବାସୀ ପିଲା ସ୍ୱାଭିମାନ ସହ ବଂଚେ। ଆମ ପଛରେ ବି ହଜାର ହଜାର କର୍ମୀ ଅଛନ୍ତି । ଆମେ ବି ପିସିସି ସମ୍ମୁଖରେ ଠିଆ କରାଇ ପାରିବୁ। କୋରାପୁଟ ଜିଲ୍ଲାର ପିଲାଙ୍କୁ ଚାକିରି ନ ମିଳିଲେ ବିଧାନ ସଭାରେ ଆତ୍ମହୁତି ଧମକ ଦେଇଥିଲେ ଜୟପୁର ବିଧାୟକ । ଜିଲ୍ଲା ପିଲାକୁ କେତେ ମିଳିଛି ଚାକିରି । ତାରା ଅତ୍ମା ହୁତି ଦେଲେ କି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ବିଧାୟକ କୈଳାଶ କୁଲେସିକା ।

The post କୋରାପୁଟ କଂଗ୍ରେସରେ ଉଷ୍ମ ହେଉଛି ରାଜନୀତି first appeared on Sambad.

from ଜିଲ୍ଲା | Sambad https://ift.tt/381uuex

Post a Comment

0 Comments