ଧର୍ମଶାଳା : ଭଦ୍ରକ ବିଧାୟକ ସଂଜୀବ କୁମାର ମଲିକଙ୍କ କାର୍‌କୁ ଧକ୍କା ଦେଇଥିବା ଟ୍ରକ ଚାଳକକୁ ଧର୍ମଶାଳା ଥାନା ପୁଲିସ୍‌ ଗିରଫ କରିଛି। ଗିରଫ ଡ୍ରାଇଭର ସ୍ଥାନୀୟ ହରିଦାସପୁର ପଞ୍ଚାୟତ ଶ୍ରୀବନ୍ତପୁର ଗ୍ରାମର ଅଭୟ ନାୟକକୁ ଶୁକ୍ରବାର ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶ ଯେ, ଗତ ୧୮ତାରିଖ ସକାଳ ପ୍ରାୟ ୮ଟାରେ ଭଦ୍ରକ ବିଧାୟକ ଶ୍ରୀ ମଲିକ ଭୁବନେଶ୍ବରରୁ ନିଜ କାର୍(ଓଡି୨୨ଆର–୦୦୦୧)ରେ ଭଦ୍ରକ ଅଭିମୁଖେ ଯାଉଥିଲେ। ଏହି ସମୟରେ ୧୬ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍(ଓଡି୦୪ଡି–୦୧୬୫) ଧକ୍କା ଦେଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା। ଏୟାର ବ୍ୟାଗ୍(ବେଲୁନ୍) ପାଇଁ ବିଧାୟକଙ୍କ ସମେତ ଚାଳକ ଓ ସୁରକ୍ଷା କର୍ମୀ ରକ୍ଷା ପାଇ ଯାଇଥିଲେ। ଦୁର୍ଘଟଣା ଘଟାଇ ଟ୍ରକ୍ ଚାଳକ ଫେରାର୍ ହୋଇଯାଇଥିଲା। ପୁଲିସ୍‌ ୪୩୦/୨୧ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

The post ଭଦ୍ରକ ବିଧାୟକଙ୍କ କାର୍‌ ଧକ୍କା ଦେଇଥିବା ଟ୍ରକ୍ ଚାଳକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3symlrt