ଛତିଶଗଡ଼କୁ ଗୋଚାଲାଣ ରାକେଟ୍‌ ସକ୍ରିୟ

ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ସ˚ଲଗ୍ନ ମହାନଦୀ ଅବବାହିକାରେ ନିୟମିତ ବିପଦଶଙ୍କୁଳ ଡଙ୍ଗାଯାତ୍ରା ଚାଲିଛି। ବିନା ସୁରକ୍ଷା ଉପକରଣ ଏବଂ ଭଙ୍ଗା ଗାଦଦରା ଡଙ୍ଗାରେ ପ୍ରତିଦିନ ଶହଶହ ଯାତ୍ରୀ ଗଭୀର ମହାନଦୀ ଅତିକ୍ରମ କରୁଛନ୍ତି। ବର୍ତମାନ ବର୍ଷା ମାସରେ ମହାନଦୀରେ ପ୍ରଖର ସ୍ରୋତ ରହିଛି। ତେଣୁ କୌଣସି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣା ହେବା ଆଶଙ୍କା ରହିଛି। ଅନ୍ୟପକ୍ଷରେ ମହାନଦୀରେ ବ୍ୟାପକ ଗୋରୁ ଚାଲାଣ ହେଉଥିବା ନଜରକୁ ଆସିଛି।

କିିଛି ଦିନ ତଳେ ସଡ଼କ ପଥରେ ଗୋ-ଚାଲାଣ ହେଉଥିବା ବେଳେ ବରଗଡ଼ ସଦର ଅଂଚଳରେ ଲୋକେ ଟ୍ରକ୍‌କୁ କାବୁ କରିଥିଲେ। ତଥାପି ବିଭିନ୍ନ ଗଳାବାଟ ଦେଇ ସଡ଼କ ପଥରେ ଛତିଶଗଡ଼କୁ ଗୋ-ଚାଲାଣ ଜାରି ରହିଛି। କିନ୍ତୁ ଧରା ପଡ଼ିବା ଭୟରେ ଏହି ରାକେଟ୍ ଏବେ ଭିନ୍ନ କିସମରେ କାମ କରୁଛି। ଅର୍ଥାତ ମହାନଦୀ ଦେଇ ଆରପଟକୁ ଗୋରୁ ଚାଲାଣ ହେଉଛି। ପୂର୍ବରୁ ବି ଏହି କାରବାର ଚାଲିଥିଲା। କିନ୍ତୁ ଏବେ ପୁନର୍ବାର ଏହା ଜୋର୍‌ ଧରିଛି। ସଂଧ୍ୟାରେ ଅମ୍ବାଭୋନା ବ୍ଲକ ଚିିଖିଲି-ମହୁଲପାଲି, ପଥରାସେନି-ଶରଧାପାଲି, ଜରୀମୂଲି-ତିଲଗି ଆଦି ଘାଟ ଦେଇ ଗାଈଗୋରୁ ଚାଲାଣ ହେଉଛି। ପ୍ରତି ବୁଧବାର ଅମ୍ବାଭୋନା ବ୍ଲକ୍‌ ଭୁକ୍ତାଠାରେ ସାପ୍ତାହିକ ଗୋରୁ ବଜାର ବସୁଛି। ସେଠାରୁ ଗାଈଗୋରୁ କିଣି ଡଙ୍ଗା ଜରିଆରେ ଛତିଶଗଡ଼ ଚାଲାଣ ହେଉଛି। ଛତିଶଗଡ଼ରେ ଗୋ-ମା˚ସ ଯୋଗାଣ ପାଇଁ ମାଫିଆମାନେ ଏହି କାରବାର ସକ୍ରିୟ ଭାବେ ଚଳାଇଛନ୍ତି। ପୁଲିସ୍‌ କିମ୍ବା ଅନ୍ୟ କୌଣସି ବିଭାଗ ପକ୍ଷରୁ କିଛି ଧରପଗଡ଼ ହେଉନଥିବାରୁ ମାଫିଆମାନେ ଅନାୟାସରେ ଗୋ-ଚାଲାଣ କରୁଛନ୍ତି।

ଏହାବାଦ୍‌ ଭୈନା‌େତାରା ପଞ୍ଚାୟତର ଚିଖିଲି, ବ˚ଗାପାଲି ପଞ୍ଚାୟତର ତାମଦେଇ ଏବଂ ପଲସଦା, ବା˚ଜିପାଲି ପଞ୍ଚାୟତର ପଥରାସେନୀ ଘାଟରୁ ନିୟମିତ ଯାତ୍ରୀମାନେ ମହାନଦୀ ଡେଇଁ ଅନ୍ୟ କୂଳକୁ ଯାଉଛନ୍ତି। କିନ୍ତୁ ଅଧିକାଂଶ ଡଙ୍ଗାର ସ୍ଥିତି ଦୟନୀୟ। ମାତ୍ରାଧିକ ଯାତ୍ରୀ ଏବଂ ମାଲ୍‌ ପରିବହନ ଚାଲୁଥିବାରୁ ଡଙ୍ଗାବୁଡ଼ି ଭୟ ସବୁ ବେଳେ ରହିଛି। ଏନେଇ ପ୍ରଶାସନ ପକ୍ଷରୁ ଠୋସ୍‌ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

The post ଛତିଶଗଡ଼କୁ ଗୋଚାଲାଣ ରାକେଟ୍‌ ସକ୍ରିୟ first appeared on Sambad.

from ଜିଲ୍ଲା | Sambad https://ift.tt/3gmEtzB

Post a Comment

0 Comments