ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନାର ଟିକରପଡ଼ା ଗ୍ରାମରେ ମାତିଲେ ମାଓବାଦୀ। ପୁଲିସ ଇନଫର୍ମର ସନ୍ଦେହରେ ଡିମିରିଗୁଡ଼ା ପଞ୍ଚାୟତରେ ଥିବା ଟିକରପଡ଼ା ଗ୍ରାମର ଗ୍ରାମରକ୍ଷୀଙ୍କୁ ହତ୍ୟା। ମାଓବାଦୀ ପୁଲିସ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାଙ୍କୁ ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହ ନିକଟରେ ମାଓବାଦୀ ପୋଷ୍ଟର ଛାଡ଼ି ଯାଇଛନ୍ତି। ଆଗାମୀ ଦିନରେ ଯିଏ ମାଓ ସଂଗଠନ ବିରୋଧରେ ଯାଇ ପୁଲିସ ପାଇଁ କାମ କରିବ ତାକୁ ଏମିତି ମୃତ୍ୟୁ ଦଣ୍ଡ ଦେବାକୁ ମାଓବାଦୀ ଚେତାବନୀ ଦେଇଛନ୍ତି।

ସୂଚନା ମୁତାବକ, ପୂର୍ବରୁ ମାଓବାଦୀ ସନ୍ତୋଷକୁ ଚେତାବନୀ ଦେଇଥିଲେ। ଏପରିକି ଥରେ ଅପହରଣ କରି ନେଇ ପୁଲିସ ଇନଫର୍ମର କାର୍ଯ୍ୟରୁ ଦୂରେଇ ରହିବାକୁ କହିଥିଲେ। ଏହା ସତ୍ତ୍ବେ ସନ୍ତୋଷ ସ୍ଥାନୀୟ ଯୁବକଙ୍କୁ ମାଓବାଦୀଙ୍କ ବିରୋଧରେ ଯିବା ପାଇଁ ଉସୁକାଉଥିଲେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ସିପିଆଇ ମାଓବାଦୀ ବଂଶଧାରା ଘୁମୁସର-ନାଗାବଳୀ ଡିଭିଜନର ମାଓବାଦୀ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ଅନୁମାନ କରୁଛି। ବହୁ ଦିନର ବ୍ୟବଧାନ ପରେ ମାଓବାଦୀ ପୁଣି ରାୟଗଡ଼ା ଜିଲ୍ଲାରେ ସକ୍ରିୟ ହୋଇଛନ୍ତି।

The post ମୁନିଗୁଡ଼ାରେ ମାଓ ତାଣ୍ଡବ: ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/2WGiQTK