ପଣ୍ତାପଡ଼ା: କେନ୍ଦୁଝର ଜିଲ୍ଲାଘଟଗାଁ ବ୍ଲକ୍‌ ବଳଭଦ୍ରପୁର ପଞ୍ଚାୟତ ନୁଦୁରୁପଡ଼ା ଗ୍ରାମରେ ମନରେଗା ଯୋଜନାରେ ୪୦ରୁ ଊର୍ଦ୍ଧ୍ବ ଶ୍ରମିକ କାମ କରିଥିଲେ। ଇତିମଧ୍ୟରେ ବର୍ଷେ ପୂରିଥିଲେ ମଧ୍ୟ ସେମାନଙ୍କୁ ମଜୁରି ମିଳି ନଥିବା ଅଭିଯୋଗ ହୋଇଛି।

୨୦୧୯-୨୦ ଆର୍ଥିକ ବର୍ଷରେ ସ୍କୁଲ୍‌ଛକଠାରୁ ଧାନବେଣି ରାସ୍ତାର ଉନ୍ନତୀକରଣ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିଲା। ସେହିପରି ବର୍ଷାଜଳ ଅମଳ ପ୍ରକଳ୍ପ ପାଇଁ ମଧ୍ୟ ୧୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିଲା। ଜବ୍‌କାର୍ଡଧାରୀଙ୍କ ଦ୍ବାରା କାମ ହୋଇଥିଲା। ଏହି କାମ ସରିବାର ବର୍ଷେ ହେଲାଣି। କିନ୍ତୁ ଜବ୍‌କାର୍ଡଧାରୀଙ୍କୁ ମଜୁରି ମିଳିନି। ଗ୍ରାମର ଶ୍ରୀକୃଷ୍ଣ ସେନାପତି, ମୀନା ନାଏକ, ଶୁକୁରୀ ନାଏକ, ସାରତି ନାଏକ, ରମଣି ନାଏକ, ପିଙ୍କୁ ଦଳେଇ, ସୁରଥ ନାଏକ, ଦେବାନନ୍ଦ ନାଏକ, ନିଶାକର ନାଏକ, ଦୁର୍ଯ୍ୟୋଧନ ସେନାପତି, ଯଦୁମଣି ନାଏକ, କୀର୍ତ୍ତନ ନାଏକ, କ୍ଷୀରୋଦ ନାଏକ, ମନୋହର ନାଏକ, ସୁଲେନ ନାଏକ, ତ୍ରିବେଣୀ ନାଏକ, କସ୍ତୁରୀ ନାଏକ, ନଳିତା ନାଏକ ଓ ପ୍ରତିମା ନାଏକ ପ୍ରମୁଖ ଶ୍ରମିକ ମଜୁରି ପାଇନଥିବା ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଜିଆର୍‌ଏସ୍‌ ଶରତ ନାଏକଙ୍କୁ ପଚାରିବାରୁ, ଆଧାର ବେସ୍‌ ପେମେଣ୍ଟ ହୋଇଥିବାରୁ ହିତାଧିକାରୀଙ୍କ ଯେକୌଣସି ବ୍ୟାଙ୍କ ଖାତାକୁ ଟଙ୍କା ଯାଇଥାଇପାରେ ବୋଲି କହିଛନ୍ତି। ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଭୋଳାନାଥ ମହାନ୍ତିଙ୍କୁ ପଚାରିବାରୁ ଶ୍ରମିକଙ୍କୁ ମଜୁରି ଦିଆଯାଇଥିବା ସେ କହିଛନ୍ତ।

The post ମନେରଗା କାମ କରି ମଜୁରି ପାଇନାହାନ୍ତି ଶ୍ରମିକ first appeared on Sambad.

from ଜିଲ୍ଲା | Sambad https://ift.tt/3th8TIM