
ସମ୍ବଲପୁର : ହୀରାକୁଦ ଜଳସ୍ତର ୬୨୯ ଫୁଟ୍ ଛୁଇଁଛି। ଅର୍ଥାତ୍ ଜଳଭଣ୍ଡାର ପୂରିବାକୁ ଆଉ ୧ ଫୁଟ୍ ବାକି ରହିଛି। ଅପରପକ୍ଷରେ ରବିବାର ହୀରାକୁଦ ବନ୍ଧର ଆଉ ୮ଟି ଗେଟ୍ ବନ୍ଦ କରାଯାଇଛି। ଗୋଟିଏ ପଟେ ହୀରାକୁଦକୁ ଉପର ମୁଣ୍ଡ ଜଳପ୍ରବେଶ ହ୍ରାସ ପାଇଥିଲାବେଳେ ସେପ୍ଟେମ୍ବର ୨୧ ସୁଦ୍ଧା ଜଳସ୍ତର ୬୨୯.୫ ପର୍ଯ୍ୟନ୍ତ ପହଞ୍ଚାଇବାର ଲକ୍ଷ୍ୟ ରଖି ଜଳପ୍ରବେଶ ତୁଳନାରେ ଜଳନିଷ୍କାସନ ପରିମାଣ ହ୍ରାସ କରା ଯାଇଛି।
ହୀରାକୁଦ ଜଳ ପରିଚାଳନାର ନୂଆ ନିୟମ ଅନୁଯାୟୀ ସେପ୍ଟେମ୍ବର ୨୧ ସୁଦ୍ଧା ଜଳସ୍ତର ୬୨୯.୫ରୁ ୬୩୦ ମଧ୍ୟରେ ରଖା ଯାଇଥାଏ। ୧୯ ତାରିଖ ରବିବାର ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୬୨୮.୯୭ ଫୁଟ୍ ରହିଛି। ସେହି ସମୟରେ ଜଳଭଣ୍ଡାରକୁ ହାରାହାରି ୨,୦୯,୬୧୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳ ବିଭିନ୍ନ ମାର୍ଗ ଦେଇ ୯୫,୨୫୫ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ସେଥିରୁ ସ୍ପିଲ୍ୱେ’ର ଖୋଲା ଥିବା ୪ ଗେଟ୍ ଦେଇ ହାରାହାରି ୬୫,୪୦୮ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୨୬,୦୮୪ କ୍ୟୁସେକ୍, ବିଭିନ୍ନ କେନାଲ୍ ଦେଇ ୩,୪୮୧ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୮୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୨.୮୯ ମିଲିମିଟର୍ ଓ ତଳ ମୁଣ୍ଡରେ ୦.୬୦ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
The post ହୀରାକୁଦର ଆଉ ୮ ଗେଟ୍ ବନ୍ଦ, ଜଳସ୍ତର ୬୨୯ ଫୁଟ୍ first appeared on Sambad.from ଜିଲ୍ଲା | Sambad https://ift.tt/3EuHFUe
0 Comments