
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଧୀନ ବିଶାଲଖିଣ୍ଡା ଅଞ୍ଚଳର କରମା ବେହେରା(୩୯) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଋଣ ଭାର ସହ୍ୟ କରି ନପାରି ସେ ଶୁକ୍ରବାର କୀଟନାଶକ ପିଇ ଦେଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ ବିଶାଲଖିଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରହୁଥିବା କରମାଙ୍କ ସ୍ତ୍ରୀ ବେସରକାରୀ ଭାବେ ସାପ୍ତାହିକ ଋଣ ଆଣିଥିଲେ। ଋଣ ଶୁଝିବା ପାଇଁ କରମାଙ୍କ ଉପରେ ବୋଝ ପଡ଼ିଥିଲା। ଯେଉଁଥିରେ ଭାରାକ୍ରାନ୍ତ ହୋଇ କରମା ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଦେଖିବା ପରେ ପଡ଼ୋଶୀଙ୍କୁ ଜଣାଇଥିଲେ। ରାତି ୯ଟା ସମୟରେ ଜିଲ୍ଲା ଭାରତ ନିର୍ମାଣ ଯୁବ ସ୍ବେଚ୍ଛାସେବୀ ୧୦୮ ଆମ୍ବୁଲାନ୍ସ ଡକାଇଥିଲେ। ଆମ୍ବୁଲାନ୍ସ ଯୋଗେ କରମାଙ୍କୁ ପ୍ରଥମ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଭିମ୍ସାର୍କୁ ନିଆଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ସେତିକିରେ ଅସୁବିଧା ଶେଷ ହୋଇ ନଥିଲା। ଏହାପରେ ତାଙ୍କ ପତ୍ନୀଙ୍କ ମୁଣ୍ଡ ଉପରେ ପଡ଼ିଥିଲା ଚାପ। ସ୍ବାମୀଙ୍କ ମୃତଦେହକୁ ଆଣିଥିବା ଗାଡ଼ିର ଭଡ଼ା ଦେବାକୁ କରମାଙ୍କ ପତ୍ନୀଙ୍କୁ ୨ ହଜାର ଟଙ୍କା ଧାର କରିବାକୁ ପଡ଼ିଥିଲା। ଅର୍ଥାଭାବ କାରଣରୁ ତାଙ୍କର ୨ ପୁଅ ଝିଅ ଅଧାରୁ ପାଠ ଛାଡ଼ି ମୁଲ ଲାଗୁଥିଲେ। କରମାଙ୍କ ମୃତ୍ୟୁ ପରେ ପରିବାରର ବୋଝ ଏବେ ତାଙ୍କ ପତ୍ନୀଙ୍କ ମୁଣ୍ଡ ଉପରକୁ ଚାଲି ଆସିଛି।
The post କାଳ ହେଲା ଋଣ ଭାର, ବିଷ ପିଇ ଆତ୍ମହତ୍ୟା କଲେ ଯୁବକ first appeared on Sambad.from ଜିଲ୍ଲା | Sambad https://ift.tt/3n52teS
0 Comments