ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନ୍‌ରୁ ସୋମବାର ୪୨ କେଜିରୁ ଅଧିକ ଗଞ୍ଜେଇ ଜବତ ହେବା ସହିତ ଘଟଣାରେ ସଂପୃକ୍ତ ଜଣେ ଚୋରା ଚାଲାଣକାରୀ ଗିରଫ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରରେ ସଂପୃକ୍ତ ଆଉ ଜଣେ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ଶେଖ ବୁଲବୁଲ (୨୫) ବୋଲି ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ସୋମବାର ଅପରାହ୍‌ଣ ପ୍ରାୟ ୫ଟା ୩୦ ରେ ଅଭିଯୁକ୍ତ ବୁଲବୁଲ ସହିତ ଜଣେ ସହଯୋଗୀ ୩ଟି ବ୍ୟାଗ୍‌ରେ ପ୍ରାୟ ୪୨ କେଜିରୁ  ଅଧିକ ଗଞ୍ଜେଇ ଧରି ରେଳ ଷ୍ଟେସନ୍‌ରେ ରାଉରକେଲା ଇଣ୍ଟରସିଟିକୁ ଅପେକ୍ଷା କରିଥିଲେ। ହେଲେ ଟ୍ରେନ୍‌ ଆସିବାର କିଛି ସମୟ ପୂର୍ବରୁ ରେଲ୍‌ଓ୍ବେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରି ଗଞ୍ଜେଇ ଜବତ କରିଥିଲା। ରାତି ପ୍ରାୟ  ୯ଟାରେ ମ୍ୟାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା ଆଡିସିନାଲ ତହସିଲଦାର ଅମୂଲ୍ୟ ବାଘଙ୍କ ଉପସ୍ଥିତିରେ ବ୍ୟାଗ୍‌ ଖୋଲା ହେବା ସହିତ ସେଥିରୁ ଗଞ୍ଜେଇ ଜବତ କରାଯାଇ ଥିଲା। ଆସନ୍ତା କାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଳବାଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

The post ରେଢ଼ାଖୋଲ ରେଳ ଷ୍ଟେସନ୍‌ରୁ ୪୨ କେଜିରୁ ଅଧିକ ଗଞ୍ଜେଇ ଜବତ, ଜଣେ ଚୋରା ଚାଲାଣକାରୀ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2X0mf0j